ଲୋକ ଆଇନ ଜାଣିନ ଥିବାରୁ ତାହାର ଫାଇଦା ଉଠାନ୍ତି ଅନେକ ଅଫିସର
March 11, 2021

ଭୁବନେଶ୍ବର: ଲୋକ ଆଇନ ଜାଣିନ ଥିବାରୁ ତାହାର ଫାଇଦା ଉଠାନ୍ତି ଅନେକ ଅଫିସର । ଆଜି ପୋଲିସ ସଂପର୍କରେ ଜାଣିବା । ବେଳେ ବେଳେ କଣ ହୁଏ ନା ଲୋକ ଭୂଲ କରିନଥିଲେ ମଧ୍ୟ ତାଙ୍କୁ ଅନେକ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ଏହାର କାରଣ ଆପଣମାନେ ଜାଣିଛନ୍ତି । ଆମେ ଆଇନ ଜାଣି ନାହୁଁ ବୋଲି ତାର ଫାଇଦା ସେଭଳି ଅସାଧୁ ପୋଲିସ ବାବୁମାନେ ନିଅନ୍ତି । ଅନେକ ଘଟଣା ନଜରକୁ ଆସିଛି ଯେଉଁଥିରେ କିଛି ଖଳ ପୋଲିସ ଅଧିକାରୀ ଅଭିଯୁକ୍ତକୁ ବଞ୍ଚାଇବାକୁ ଅଭିଯୋଗ କାରୀଙ୍କୁ ଜେଲରେ ପୁରାଇ ଦେବାର ଭୟ ଦେଖାଇଥାନ୍ତି । ଏବଂ ମାଡ ମଧ୍ୟ ମାରି ଥାନ୍ତି । ସେ ସମୟରେ ଆମେ କଣ କରିବା ଆବଶ୍ୟକ ? ପ୍ରଥମ କଥା ହେଲା ପୋଲିସ ଯଦି ଆପଣଙ୍କୁ ଅଭଦ୍ର ଭାଷାରେ ଗାଲିଗୁଲଜ କରି ମାଡ ମାରିଛି ତେବେ ଆପଣ ପ୍ରଥମେ ମେଡିକାଲ୍ ଟେଷ୍ଟ୍ କରିନେବା ଆବଶ୍ୟକ । ଏବଂ ସେହି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଥମେ ରାଜ୍ୟ ସରକାରଙ୍କ 5Tସଚିବକୁ ଜଣାନ୍ତୁ । ୨- ମାଡମାରିଥିବା ପୋଲିସ ବାବୁ ମାନଙ୍କ ନାରେ ଭଲ ଓକିଲ ଦେଖି କୋର୍ଟରେ କମ୍ପ୍ଲେନ୍ କେସ କରନ୍ତୁ । ୩-ଜାତୀୟ ମାନବାଧିକାର କମିଶନରଙ୍କୁ ମଧ୍ୟ ଲିଖିତ ଭାବରେ ଜଣାନ୍ତୁ । ଯଦି ଏସବୁ ସବୁ ସଚେତନ ନାଗରିକ କରନ୍ତି ତାହେଲେ ଔଦ୍ଧତ୍ୟ ଦେଖାଉଥିବା ପୋଲିସ ବାବୁମାନେ ନିଜର ଦାୟିତ୍ବ ଓ କର୍ତ୍ତବ୍ୟ ଠିକ୍ ଭାବରେ ତୁଲାଇବାକୁ ବାଧ୍ୟ ହେବେ । କିନ୍ତୁ ମନେରଖିବାକୁ ହେବ ପୋଲିସ ମାଡମାରିଥିଲେ ପ୍ରଥମେ ମେଡିକାଲ ଜାଞ୍ଚ୍ କରାଇ ନିଜ ହାତରେ ପ୍ରମାଣ ରଖନ୍ତୁ । ସମୟ କ୍ରମେ ଓକିଲଙ୍କ ସହାୟତାରେ ଘଟଣା ଦିନର ଥାନାର CCTV ଫୁଟେଜ୍ ମଧ୍ୟ ମଗାଇ କିର୍ଟରେ ଦିଅନ୍ତୁ ।