ବୌଦ୍ଧ,୧।୮: ଖଣ୍ଡାଧାରରେ ଝୁଲୁଛି କଣ୍ଟାମାଳ ବିଧାୟକ ମହିଧର ରଣାଙ୍କ ସଭ୍ୟପଦ ! ଅଫିସ ଅଫ୍ ପ୍ରଫିଟ୍ ମାମଲା ଅନୁସାରେ ବିଧାୟକ ପଦ ହରାଇ ପାରନ୍ତି ମହିଧର ରଣା । ବିଧାୟକ ହୋଇ ଆଉ ଏକ ଲାଭ ଜନକ ପଦବୀ ଅର୍ଥାତ ଜିଲ୍ଲା ପ୍ଲାନିଂ କମିଟିର ଅଧ୍ୟକ୍ଷ ହୋଇ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଭଳି ସମସ୍ତ ସୁବିଧା ସୁଯୋଗ ହାତାଉଛନ୍ତି । ଗୋଟିଏ ପଟେ ବିଧାୟକ ହୋଇ ସମସ୍ତ ସୁବିଧା ସୁଯୋଗ ପାଇଥିବା ବେଳେ ଯୋଜନା ବୋର୍ଡ ର ଅଧ୍ୟକ୍ଷ ହୋଇ ସମାନ୍ ସୁବିଧା ସୁଯୋଗ ହାତଉଛନ୍ତି । ଏହାକୁ ନେଇ ଅଭିଯୋଗ ଉପରେ ଅଭିଯୋଗ ରାଜ୍ୟପାଳଙ୍କ ପାଖରେ ପହଞ୍ଚିଥିବା ବେଳେ ଏଭଳି ଲାଭ ଜନକ ପଦବୀରେ ଥିବା ମହିଧର ରଣା ସମେତ ପ୍ରାୟ ୧୨ ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇପାରେ ବୋଲି ଆଇନଗ୍ୟଂ ମତ ପ୍ରକାଶ କରୁଛନ୍ତି । ଯାହା ସୂଚନା ରହିଛି ହାଇକୋର୍ଟ ମଧ୍ୟ ଏ ମାମଲାରେ ହସ୍ତକ୍ଷେପ କରି ନଭେମ୍ବର ୧୫ତାରିଖ ଭିତରେ ଜଣାଇବା ପାଇଁ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଜାରିକରିଥିବା ଜଣାପଡିଛି । ଯଦି ସମ୍ବିଧାନ ଅନୁସାରେ ସମସ୍ତ ପ୍ରକ୍ରିୟା ନକରି ଏଭଳି ଲାଭଜନକ ପଦବୀ ସରକାର କରିଥାନ୍ତି ତାହେଲେ ଦିଲ୍ଲୀରେ ୨୦ଜଣ ଆପ ବିଧାୟକଙ୍କ ବିଧାୟକ ପଦ ଯେମିତି ରଦ୍ଦ ହୋଇଥିଲା ଏମାନଙ୍କର ମଧ୍ୟ ସଭ୍ୟ ପଦ ରଦ୍ଦ କରିପାରନ୍ତି ରାଜ୍ୟପାଳ ବୋଲି କୁହାଯାଉଛି । ଏ ମାମଲା ୨୦୧୯ ଡିସେମ୍ବର ମାସରେ ଆବେଦନ ହୋଇଥିବା ବେଳେ କୋଭିଡ ଯୋଗୁଁ ମାମଲା ବିଳମ୍ବ ହୋଇଥିବା ସୂଚନା ରହିଛି ।

