ବୌଦ୍ଧ,୨୯।୭: ମନ୍ତ୍ରୀଙ୍କ ଗାଡି ପଛେ ପଛେ ଯିବା ଏକ ଅପରାଧ କି ? ଏଭଳି ପ୍ରଶ୍ନ କାହିଁକି ଉଠୁଛି । ଏଭଳି କିଛି ଘଟଣା ଘଟିଛି ଯାହାକୁ ନେଇ ପ୍ରଶ୍ନ ଉଠିବା ସ୍ବଭାବିକ କଥା । ତେବେ ଗତକାଲି ରାତିରେ ବୌଦ୍ଧ ଜିଲ୍ଲା ଚାରିଛକରୁ ଏକ କାରରେ ୪ ଜଣ ଯୁବକ କାର୍ ରେ ନିଜ ଘର ବଲାଙ୍ଗିରକୁ ଫେରୁଥିବା ବେଳେ ତାଙ୍କ ଆଗରେ ଯାଉଥିଲେ ମନ୍ତ୍ରୀଶ୍ରୀ ପଦ୍ମନାଭ ବେହେରା । ଚାରିଛକରୁ ମନମୁଣ୍ଡା ପର୍ଯ୍ୟନ୍ତ ଦୀର୍ଘ ୮୦ କିମି ଦୂର ମନ୍ତ୍ରୀଙ୍କ ଗାଡି ପଛରେ ଯୁବକଙ୍କ କାର୍ ଆସୁଥିବାରୁ ପାଇଲଟିଙ୍ଗ ଗାଡ଼ିରେ ଥିବା ପୁଲିସ ସନ୍ଦେହରେ ମାଡ ମାରି ମନମୁଣ୍ଡା ପୋଲିସର ଜିମାଦେଇଥିଲେ । ତଦନ୍ତ ପରେ ଜଣାପଡିଲା ଯୁବକ ମାନେ ବଲାଙ୍ଗୀରର ଓ ସମସ୍ତେ ବ୍ୟବସାୟ କରନ୍ତି ଓ ସେମାନେ କୌଣସି ଖରାପ ଉଦ୍ଦେଶ୍ୟରେ ମନ୍ତ୍ରୀଙ୍କ ଗାଡିକୁ ପିଛା କରୁନଥିଲେ ବୋଲି ମନମୁଣ୍ଡା ପୁଲିସ ତଦନ୍ତରୁ ଜାଣିପାରିଛି । ଗାଡ଼ି ଓ ୪ଯୁବକଙ୍କୁ ପୋଲିସ୍ ଛାଡି ଦେଇଥିବା ଜଣାପଡିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ମନ୍ତ୍ରୀଙ୍କ ପାଇଲଟିଂ ଗାଡି ପଛରେ ଅସୁଥିବା କାର୍ ସନ୍ଦେହ କରାଗଲା ତାହେଲେ ପୂର୍ବରୁ ମନମୁଣ୍ଡା ପୋଲିସକୁ ଖବର ଦିଆଯାଇଥିଲା କି? ଯଦି ସନ୍ଦେହ ହେଲା ତେବେ ଗାଡି ତଲାସି ନକରି ମାଡମାରିବା କେତେ ଦୂର ଠିକ୍ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି ।

