ବୌଦ୍ଧ,୬।୪: ବୌଦ୍ଧ ବ୍ଲକରେ କାର୍ଯ୍ୟରତ BEOଙ୍କ ଇଗୋ ପ୍ରବଳ କାମ ଦୁର୍ବଳ ! ଏଭଳି କଥା କାହିଁ କି ସାଧାରଣରେ ଚର୍ଚ୍ଚା ହେଉଛି ? ସବୁ ସମୟରେ ବୌଦ୍ଧ ଜିଲ୍ଲାରେ ଶିକ୍ଷା ବିଭାଗ ଅନେକ ଘଟଣାକୁ ନେଇ ଚର୍ଚ୍ଚାରେ ରହିଆସୁଛି । ଏବେ ଖୋଦ୍ ବୌଦ୍ଧରେ ବିଇଓ ଥିବା ଧୃବ ଚରଣ ଘିବେଲା ମହାଶୟ ନିଜକୁ ଜଣେ ସଚିବ ଭାବୁଛନ୍ତି । ଆଉ ମନଇଚ୍ଛା ଶିକ୍ଷକ ମାନଙ୍କ ବଦଳି କରିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ଖବର ଅନୁସାରେ, ଇନଚାର୍ଚ୍ଚ ବିଇଓ ରହିଥିବା ସମୟରେ ସମସ୍ତ ଗାଇଡଲାଇନ୍ କୁ ଉଲଂଘନ କରି ଶିକ୍ଷକ ମାନଙ୍କୁ ଡିପ୍ଲଏଡ୍ କରୁଛନ୍ତି । ଇନଚାର୍ଚ୍ଚ ବିଇଓ ରହି ଏଭଳି ଶିକ୍ଷକମାନଙ୍କୁ ଡିପ୍ଲଏଡ୍ କରିବାର କ୍ଷମତା ତାଙ୍କର ରହିଛି ତ? ଏଭଳି ଅନେକ ପ୍ରଶ୍ନ ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି । ଇଚ୍ଛା ଅନୁସାରେ ମୋଟା ଅଙ୍କର ଅର୍ଥନେଇ ଶିକ୍ଷକମାନଙ୍କୁ ଡିପ୍ଲଏଡ୍ କରିଥିବା ଜନମାନସରେ ଆଲୋଚନା ହେଉଛି । ସେ ମହାଶୟ କୁଆଡେ ଡିଇଓ ଏବଂ ଜିଲ୍ଲାପାଳଙ୍କୁ ମଧ୍ୟ ଖାତିରି କରନ୍ତି ନାହିଁ । କାହା ଛତ୍ରଛାୟାରେ ରହି ଏତେ ଘମଣ୍ଡ ଦେଖାଉଛନ୍ତି ବିଇଓ ମହାଶୟ । ଶିକ୍ଷାର ବିକାଶ ଉପରେ ଗୁରୁତ୍ବ ନଦେଇ ନିଜ ମର୍ଜିର ମାଲିକ ସାଜୁଥିବା ବିଇଓଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟିଦେଇ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି । ଏ ସଂପର୍କରେ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ ।

