TOP NEWS

6/recent/ticker-posts

ଦେଶର ସମ୍ବିଧାନ ବଡ ନା ସରକାର୍ !


 ଭୁବନେଶ୍ବର: ଦେଶର ସମ୍ବିଧାନ ବଡ ନା ସରକାର୍ ! ଆଜି ଏଭଳି ଅଜବ ପ୍ରଶ୍ନ କାହିଁକି ଉଠୁଛି । ମହାରାଷ୍ଟ୍ର ସରକାରଙ୍କ ଆଚରଣ ଉଚାରଣ ଦେଖିଲେ ଏଭଳି ପ୍ରଶ୍ନ ଉଠିବା ସ୍ବଭାବିକ କଥା । ଦେଶର ସମ୍ବିଧାନରେ ଅନେକ କିଛି ଲେଖାହୋଇଛି ଏବଂ ଆମକୁ ନିଡର ହୋଇ କହିବା ତଥା ମତ ରଖିବାର ଅଧିକାର ଦେଇଛି । ହେଲେ ମହାରାଷ୍ଟ୍ର ସରକାର ନିଜକୁ ସମ୍ବିଧାନର ଉର୍ଦ୍ଦରେ ରହି ସବୁ ଆଇନକୁ ଉଲଂଘନ କରି ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ଉପରେ ଅତ୍ୟାଚାର ଚାଲିଛି କିନ୍ତୁ ସରକାରର ମନମାନି ଆଗରେ ଦେଶର ସମ୍ବିଧାନ ଅସହାୟ ହୋଇ ସବୁ ଦେଖୁଛି । ମହାରାଷ୍ଟ୍ର ସରକାର ଦିବାଲୋକରେ ସମ୍ବିଧାନକୁ ରେପ୍ କରିଚାଲିଛି । ଏଭଳି କେତେଦିନ ଚାଲିବ ? R.BHARATର ମୁଖ୍ୟ ସଂପାଦକ ତଥା ଦେଶରେ ଜଣେ ବରିଷ୍ଠ ପତ୍ରକାର ଅର୍ଣ୍ଣବ ଗୋସ୍ବାମୀ ଓ ତାଙ୍କ ଗଣମାଧ୍ୟମ ସଂସ୍ଥା ଉପରେ ମିଛ ମକଦ୍ଦମା କରି ନିରନ୍ତର ଫସେଇବାକୁ ଚେଷ୍ଟା କରିଚାଲିଛନ୍ତି । ଯାହା ସବୁସୀମା ଟପିସାରିଲାଣି । ପୋଲିସ ମିଛ କେସକରି ଅର୍ଣ୍ଣବଙ୍କୁ ଆତଙ୍କବାଦ ଭଳି ଘରୁ ଟେକି ନେଇ ଗିରଫ କରିବା । ଏବଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏଭଳି ଷଡଯନ୍ତ୍ର କରି ଫସଇବା ପାଇଁ ପୂର୍ବରୁ ଜଣେ ବରିଷ୍ଠମନ୍ତ୍ରୀ ଏକ ଷ୍ଟିଙ୍ଗରେ କହିବା ଘଟଣା ଆଜି ସତ୍ୟ ହୋଇଛି । ଏଭଳି ତାନାସାହି ଚଳାଇଥିବା ବର୍ତମାନ ଦେଶରେ ଚର୍ଚ୍ଚିତ ରାଜ୍ୟ ଭାବରେ ମହାରାଷ୍ଟ୍ର ଓ ଓଡିଶା ରହିଛି । ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ଭାବରେ ଗଣମାଧ୍ୟମକୁ ସବୁବେଳେ ନଷ୍ଟଭ୍ରଷ୍ଟ କରିବାରେ ତାନାସାହି ସରକାର ଲାଗିପଡିଛନ୍ତି । ହେଲେ ଦେଶର ପ୍ରଧାନମନ୍ତ୍ରୀ,ରାଷ୍ଟ୍ରପତି ସମେତ ପ୍ରଧାନ ବିଚାରପତି ସମସ୍ତେ ଚୁପ୍ । ଯେମିତି ଦେଶରେ Freedom of Press ରହିଛି । ଆଜି ନିରବ ନୁହଁ ସମସ୍ତେ ଜାଗ୍ରତ ହେବାର ଆବଶ୍ୟକତା ରହିଛି । ଗଣତନ୍ତ୍ରକୁ ସୁରକ୍ଷିତ ରଖିବାକୁ ହେଲେ ଜନତା ରାସ୍ତାକୁ ଆସି ସରକାରଙ୍କ ମନମାନି ଓ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ହେବ । ନଚେତ ସମ୍ବିଧାନକୁ ଦ୍ବାହି ଦେଇ ଏଭଳି ତାନାସାହି ସରକାରମାନେ ଅନ୍ୟାୟର ସୀମାଟପି ଗଣତନ୍ତ୍ରକୁ ହତ୍ୟାକରି ଚାଲିଥିବେ ଆଉ ଜନତା ସଖି କଣ୍ଢଇପରି ନାଚିବାକୁ ପଡିବ ଏଥିରେ ସନ୍ଦେହ ନାହିଁ ।