ଆଜି ଜାଣିବା ଅଫିମ ଆଇନ ସଂପର୍କରେ ସଂକ୍ଷେପରେ । ଅଫିମ ଆଇନ୍ ୧୮୭୮ ‘ ଅନୁସାରେ ଅଫିମ ରଖିବା , ଅଫିମ ଚାଷ କରିବା ଆଦି ଉପରେ ନିଷେଧାଦେଶ ଜାରୀ କରାଯାଇଛି । ଏହି ଆଇନ୍ର ୪ ଦଫା ଅନୁସାରେ କୌଣସି ବ୍ୟକ୍ତି , ଅଫିମ ରଖିପାରିବେ ନାହିଁ । କିମ୍ବା , ଅଫିମ ପରିବହନ କରିପାରିବେ ନାହିଁ । କିମ୍ବା , ଅଫିମ ଆମଦାନୀ କିମ୍ବା ରପ୍ତାନୀ କରିପାରିବେ ନାହିଁ । କିମ୍ବା , ଅଫିମ ବିକ୍ରୀ କରିପାରିବେ ନାହିଁ । ଉପରୋକ୍ତ ନିୟମ ବା ଆଇନ ବ୍ୟତିକ୍ରମ ହେଲେ ଆଇନ୍ର ୯ ଦଫା ଅନୁସାରେ ସର୍ବାଧିକ ୩ ବର୍ଷ ଜେଲ ଓ ଜୋରିମାନା ଦଣ୍ଡ ଦିଆଯାଇପାରେ ।

