
ଜଣେ ସାମ୍ବାଦିକ ସବୁଠି ଖବର ସଂଗ୍ରହ କରିପାରିବ । କିନ୍ତୁ ଯେତେବେଳେ ଅଦାଲତ ଖବର ପରିବେଷଣ କରିବାକୁ ହୁଏ ସେତେବେଳେ ସାମ୍ବାଦିକଙ୍କୁ କଣ ସବୁ ଧ୍ୟାନ ଦେବାକୁ ହେବ । ଧରାଯାଉ , ଅଦାଲତ ଭିତରେ ବାଦୀ ଓ ପ୍ରତିବାଦୀ ସହିତ ଓକିଲଙ୍କ ଫଟୋ ଉଠାଇବା , ବକ୍ତବ୍ୟକୁ ରେକର୍ଡ କରିବା , ଜଜଙ୍କ ଉପସ୍ଥିତିରେ ପଚରାପଚରି କରିବା ଆଦି ପାଇଁ ଜଜ୍ଙ୍କ ଠାରୁ ଅନୁମତି ଲୋଡ଼ିବା ନିହାତି ଆବଶ୍ୟକ । ୪ . ଘଟଣାଟିର ଆରମ୍ଭ ଏବଂ କେଉଁ ପରିସ୍ଥିତିରେ ସଂପ୍ରତି ରହିଛି , ତାହାକୁ ବିଶେଷ ବର୍ଣ୍ଣନାରେ ପ୍ରକାଶ କରିବା ଉଚିତ । ୫ . ଜଜ୍ଙ୍କ ବିନା ଅନୁମତିରେ ତଥା ଉଭୟ ପକ୍ଷର ଓକିଲଙ୍କ ଯୁକ୍ତିକୁ ଉପସ୍ଥାପନ କଲାବେଳେ ଆଇନ୍ ସହିତ ଯୁକ୍ତିଯୁକ୍ତ କି ନାହିଁ ଜାଣି ଲେଖିବା ଉଚିତ । ୬ . ଅଭିଯୁକ୍ତ ଆସାମୀକୁ କୋର୍ଟ ଭ୍ୟାନ ରୁ ନେବାବେଳେ ଫଟୋ ଉଠାଇବାକୁ ଚାହିଁଲେ କୋର୍ଟର ଅନୁମତି ତଥା ପୋଲିସ୍ କର୍ତ୍ତୁପକ୍ଷଙ୍କ ସହାୟତା ନେବା ଉଚିତ । ୭. ଯଦି ଅଭିଯୁକ୍ତ ଆସାମୀଙ୍କୁ ମୁହଁ ଘୋଡ଼ାଇ କୋର୍ଟ ପରିସର କୁ ନିଆଯାଉଥାଏ , ତେବେ ସେହିପରି ଫଟୋ ଉଠାଇବା ଉଚିତ । ଅନ୍ୟଥା ଆସାମୀର ମୁହଁ ଖୋଲି ଫଟୋ ନେବାକୁ ବାଧ୍ୟ କରାଯାଇ ପାରିବ ନାହିଁ । ୮ . ଜାତି ଭିତ୍ତିକ , ଧର୍ମ ଭିତ୍ତିକ , ଗୋଷ୍ଠୀ ଭିତ୍ତିକ ଦଙ୍ଗା ମୋକଦ୍ଦମା ଆଦିର ଅଦାଲତ ଖବର ସଂଗ୍ରହ ବେଳେ ଉତ୍ତେଜିତ ବକ୍ତବ୍ୟ , କଟୁ ଶବ୍ଦର ବ୍ୟବହାର ନକରି ସଂଯତ ଶବ୍ଦ , ବାକ୍ୟ ବ୍ୟବହାର କରିବା ଉଚିତ । ' ଜଜଙ୍କ ରାୟକୁ ଅତିରଂଜିତ ଅବା ବେଖାତିର କରି ଉପସ୍ଥାପନ କରିବା ଦ୍ଵାରା ଆଇନ ଅନୁଯାୟୀ ସଂପୃକ୍ତ ସାମ୍ବାଦିକ ଦଣ୍ଡିତ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଏହିଭଳି ଉପସ୍ଥାପନା ଠାରୁ ସର୍ବଦା ଦୂରେଇ ରହିବା ଦରକାର । ଯଦି ଜଜଙ୍କ ରାୟ ଜଣେ ସୁନାଗରିକ ଭାବେ ସଂପୃକ୍ତ ସାମ୍ବାଦିକ ତଥା ଜନସାଧାରଣଙ୍କୁ ଭଲ ନଲାଗିଲା ତେବେ ହୁଏତ ଜନମତର ସାହାଯ୍ୟ ନେଇ ଉପସ୍ଥାପନା କରି ହେବ । କୌଣସି ମୋକଦ୍ଦମା ଅଦାଲତରେ ବିଚାରଧୀନ ଥିବାବେଳେ ସେଥିରେ କୌଣସି ମତ , ମନ୍ତବ୍ୟ ଅବା ସମାଲୋଚନାରୁ ଦୂରେଇ ଖବର ପରିବେଷଣ କରିବା ଉଚିତ ।