TOP NEWS

6/recent/ticker-posts

ରାଜ୍ୟରେ ଗଣତନ୍ତ୍ର ନା'ରେ ରାଜତନ୍ତ୍ର ଶାସନ ଚାଲିଛି

ଭୁବନେଶ୍ବର: ରାଜ୍ୟରେ ଗଣତନ୍ତ୍ର ନା'ରେ ରାଜତନ୍ତ୍ର ଶାସନ ଚାଲିଛି । ଯିଏ ସତ୍ୟ କହିବ ସତ୍ୟ ଲେଖିବ ତାକୁ ଜେଲ୍ । ସତେ ଯେମିତି ସାମ୍ବାଦିକ ଜଣେ ଆତଙ୍କବାଦୀ ! OTVର ଜଣେ ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କୁ ଯେଉଁଭଳି ଭାବରେ ନିଜ ଘର ନିକଟରୁ ପୋଲିସ ଉଠାଇନେଲା ତାହା ରାଜ୍ୟବାସୀ ଜାଣିଛନ୍ତି । କେବଳ ସେତିକି ନୁହେଁ ଗୋଟିଏ ପରେ ଗୋଟିଏ ଘଟଣାରେ OTV ପଛରେ ଯେମିତି ରାଜ୍ୟ ସରକାର ପଡିଛନ୍ତି ତାହା ଉଦ୍ଧେଶ୍ୟ ମୂଳକ ଓ ଆକ୍ରୋଶ ମୂଳକ ବୋଲି ରାଜ୍ୟର ବିରୋଧି ଦଳର ନେତା ଅପରାଜିତା ଷଢଙ୍ଗୀ ହୁଅନ୍ତୁ ଅବା ସୁର ରାଉତରାୟ ସମସ୍ତେ ପ୍ରତିକ୍ରିୟା କରୁଛନ୍ତି । ହେଲେ ଏଭଳି ପ୍ରତିକ୍ରିୟାର ଯେମିତି କିଛିବି ଫରକ ପଡୁନି ରାଜ୍ୟ ସରକାରଙ୍କୁ ! ଏଭଳି ଅହଂକାର ଓ ଆକ୍ରୋଶରେ ଦିନେ ଲଙ୍କାର ରାବଣର ଯେମିତି ହୋଇଥିଲା ରାଜ୍ୟ ସରକାରଙ୍କ ଅବସ୍ତା ସେମିତି ହେବନିତ ? ମରଣ କାଳେ ବିପରିତ ବୁଦ୍ଧି ଏକଥା ସର୍ବଦା ସତ୍ୟ । ଆଜି ଯେଉଁ ସାମ୍ବାଦିକମାନଙ୍କୁ ସରକାର ହେୟ ମନେକରି ଏଭଳି ଗଣତନ୍ତ୍ରର କଣ୍ଠରୋଧ କରିବାକୁ ପ୍ରୟାସ କରୁଛନ୍ତି ତାହା ସତରେ ଗଣତନ୍ତ୍ର ପାଇଁ ବିପଦ । ରାଜ୍ୟର ବିକାଶରେ ମଧ୍ୟ ବାଧାପ୍ରାପ୍ତ ହେବ । ସରକାର ଜନତାଙ୍କ ବିକାଶ କରିବା ପରିବର୍ତେ ଗଣମାଧ୍ୟମ ସଂସ୍ଥାର ବିନାସ କରିବାରେ ଲାଗିଛନ୍ତି । ଏ ଘଟଣାକୁ ନେଇ ସାମ୍ନାରେ ଦଳୀୟ ଲୋକ ହେଉ କିମ୍ବା ସାଧାରଣ ଲୋକ ଜାଣିପାରୁଛନ୍ତି, କିନ୍ତୁ ସରକାରଙ୍କ ତାନାସାହି ସାମ୍ନାରେ ଲାଙ୍ଗୁଡଯାକି ପଡିଛନ୍ତି । ଲୋକଙ୍କ ନିରବତାର ଫାଇଦା ନେଇ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଉଠାଇ ଚାଲିଛନ୍ତି । ଯାହା ସମାଜ ପାଇଁ କ୍ଷତି । ସରକାର ନିଜକୁ ସମୀକ୍ଷା କରନ୍ତୁ ଗଣମାଧ୍ୟମ ଉପରେ ନିଜର ହାକିମଗିରି ବନ୍ଦ କରି ରାଜ୍ୟର ଜନତାଙ୍କ ବିକାଶ ପାଇଁ କାର୍ଯ୍ୟ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ।