ରାଜ୍ୟ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ହୋଇଥିବା ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଥିବା ବ୍ୟକ୍ତିଙ୍କୁ ସେପରି ବ୍ୟକ୍ତି ବସବାସ ଅଥବା ବଣିଜକାରବାର କରୁଥିବା ଅଞ୍ଚଳର କ୍ଷେତ୍ରକାରୀ ଲାଇସେନ୍ସ ଦେଇ କରିପାରିବେ । ଏଥିପାଇଁ କରାଯାଇଥିବା ପ୍ରତ୍ୟେକ ଆବେଦନ ସହ ରେଜିଷ୍ଟ୍ରୀକ୍ରୁତ ଡାକ୍ତରଙ୍କ ଦ୍ବାରା ନିର୍ଦ୍ଧାରିତ ଡାକ୍ତରୀ ପ୍ରମାଣପତ୍ର ଏବଂ ଆବେଦନକାରୀଙ୍କ ଦୁଇଟି ନୂତନ ଫଟୋ ମଧ୍ୟ ସେଥି ସହିତ ସମ୍ମିଳୀତ କରାଯିବ । ତେବେ କଣ୍ଡକ୍ଟର ଲାଇସେନ୍ସ ପାଇଁ ଅଯୋଗ୍ୟ ହେବେ କିପରି, ଯଦି ( ୧ ) ୧୮ ବର୍ଷ ବୟସରୁ କମ୍ ଅର୍ଥାତ ନାବାଳକ ଥିବା କୌଣସି ବ୍ୟକ୍ତି ବିଶେଷ କଣ୍ଡକ୍ଟର ଲାଇସେନ୍ସ ପାଇ ପାରିବେ ନାହିଁ । ( ୨ ) ସର୍ବନିମ୍ନ ଯୋଗ୍ୟତା ହାସଲ କରିନଥିଲେ ମଧ୍ୟ କଣ୍ଡକ୍ଟର ଲାଇସେନ୍ସ ପାଇପାରିବେ ନାହିଁ । ( ୩ ) ଡ଼ାକ୍ତରୀପ୍ରମାଣ ପତ୍ର ଦର୍ଶାଉଥାଏ ଯେ ସେ କଣ୍ଡକ୍ଟର ରୂପେ କାର୍ଯ୍ୟ କରିବାକୁ ଅନୁପଯୁକ୍ତ ।

