TOP NEWS

6/recent/ticker-posts

ସଂପାଦକଙ୍କୁ ପତ୍ର ଲେଖିବା ଶୈଳୀ


୧ . ଖବର ଲେଖିବା ବେଳେ ଯେଭଳି ପ୍ରଥମ ଅନୁଚ୍ଛେଦକୁ ‘ ପ୍ରାରମ୍ଭିକ ’ , ଶେଷ ଅନୁଚ୍ଛେଦକୁ ‘ ଶେଷାଂଶ ’ ଏବଂ ମଝି ଅନୁଛେଦଗୁଡ଼ିକୁ ‘ ବିଶେଷ ବର୍ଣ୍ଣନା ’ କୁହାଯାଇଥାଏ , ଠିକ୍ ସେହିପରି ସଂପାଦଙ୍କୁ ପତ୍ର ଲେଖୁ ବେଳେ ମଧ୍ୟ ସେହିପରି ଲେଖୁବାକୁ ହୋଇଥାଏ । ୨ . ଏଠାରେ ‘ ପ୍ରାରମ୍ଭିକ ’ ରେ ଛଅ ‘ କ ସୂତ୍ର ଅନୁଯାୟୀ ଲେଖ ଆବଶ୍ୟକ ହୁଏନାହିଁ , କିନ୍ତୁ କ’ଣ କହିବାକୁ ଚାହୁଁଛନ୍ତି , ଦୁଇଟି ବାକ୍ୟ ମଧ୍ୟରେ ସଂପୂର୍ଣ୍ଣ କରି ଲେଖୁକୁ ହୁଏ । ଜଟିଳ ବାକ୍ୟ ଅବା ଯୌଗିକ ବାକ୍ୟ ନଲେଖୁ ସରଳ ବାକ୍ୟରେ ପ୍ରକାଶ କରିବା ଉଚିତ । କେଉଁଥିରୁ , କେତେ ତାରିଖ ତଥା ସ୍ଥାନ ଆଦି ମଧ୍ୟ ବିଷୟର ଆବଶ୍ୟକତା ଅନୁଯାୟୀ ଉଲ୍ଲେଖ କରିବାକୁ ପଡ଼ିଥାଏ । ଏଠାରେ ବିଶେଷ ବର୍ଣ୍ଣନା ’ ଲେଖିଲା ବେଳେ ଖବରର ଆପିକ ଏବଂ ଆଙ୍ଗିକ ଦିଗକୁ ଦୃଷ୍ଟି ଦେବାକୁ ହୁଏ । ଏହି ଅନୁଚ୍ଛେଦଗୁଡ଼ିକରେ ଲେଖାଟିର ରଶ୍ମି କେନ୍ଦ୍ରରେ କେତେ ଯଥାର୍ଥତା ରହିଛି , ତାହା ଦେଖିବା ସହ ବିଷୟଟିର ପ୍ରାସଙ୍ଗିକତାକୁ ନେଇ ନିଜର ଯୁକ୍ତି , ପରାମର୍ଶ , ସମାଲୋଚନାକୁ ମଜବୁତ୍ କରାଯାଇଥାଏ । ୪ . ଏଠାରେ ‘ ଶେଷ୍ୟଶ’ଟି ଲଳିତ ନିବନ୍ଧଗୁଡ଼ିକର ଶେଷାଶ ଭଳି ଲେଖୁକୁ ହୋଇଥାଏ । ଏହି ଅଂଶ ବେଳେବେଳେ ଭାବବିହ୍ବଳ ହୋଇଥାଏ ତ କେବେ କେବେ ନିଷ୍ଣୁର ଭର୍ସନାର ରୂପ ନେଇଥାଏ । କାର୍ଯ୍ୟାନୁଷ୍ଠାନ , ପ୍ରତିକାର ଆଦି ଦାବି କରିବା ସହ ଏଥିରେ ଚେତାବନୀ ମଧ୍ୟ ଦିଆଯାଇଥାଏ । ୫ . ଖବର , ସଂପାଦକୀୟ , ଲଳିତ ନିବନ୍ଧ ଅବା ଫଟୋ ସଂପର୍କରେ ଲେଖବାକୁ ହେଲେ ଉଦ୍ଧତି ଚିହ୍ନ ଦେଇ ପ୍ରାରମ୍ଭି କରେ ଲେଖିବା ସହିତ ତାରିଖ , ସ୍ତମ୍ଭ , ପୃଷ୍ଠା ଆଦି ବିଷୟରେ ଉଲ୍ଲେଖ କରିବା ଆବଶ୍ୟକ । ଯାହାଫଳରେ ଖବରକାଗଜର ଏହି ସ୍ତମ୍ଭର ଦାୟିତ୍ଵ ରେ ଥି ସହ – ସଂପାଦକ ସେହି ଦିନ ଏବଂ ସେହି ସ୍ତମ୍ଭର ଖବର ଦେଖ ଚିଠିକୁ ପ୍ରକାଶ କରିଥାନ୍ତି । ଅପରପକ୍ଷେ ଅନ୍ୟ ପାଠକମାନଙ୍କର ମ ତାରିଖ , ସ୍ତମ୍ଭ ମନେପକାଇ ଲେଖାଟିକୁ ପଢ଼ି ବୁଝିବାରେ କୌଣସି ଅସୁବିଧା ହୋଇନଥାଏ । ୬ . ସଂପାଦକଙ୍କୁ ପତ୍ର ଲେଖୁବେଳେ ଆମେ ଯେଭଳି ଚିଠିପତ୍ର ଆଦାନପ୍ରଦାନ କରୁ ଛେ , ଠିକ୍ ସେହି ଭଳି ଲେଖୁକୁ ହୁଏ । ଯଥା ପ୍ରେରକ , ପ୍ରାପ୍ରେଷୁ , ସମ୍ବୋଧନ , ଏବଂ ଚିଠି ଲେଖୁବା ଶେଷରେ ‘ ଇତି ଆପଣଙ୍କର ବିଶ୍ୱସ୍ତ ’ ସମେତ ନିଜର ଠିକଣା ଉଲ୍ଲେଖ କରିବାକୁ ହୋଇଥାଏ ।