ଭୁବନେଶ୍ବର(ରଂଜନ କୁମାର ଦାଶ): କାହିଁକି ଅନେକ ଲୋକ କୁହନ୍ତି ଦେଶର କିଛି ରାଜ୍ୟରେ ଗଣତନ୍ତ୍ର ଶାସନ ନାରେ ରାଜତନ୍ତ୍ର ଶାସନ ଚାଲିଛି ବୋଲି । ଏଭଳି କହିବାର ଆଧାର ମଧ୍ୟ ରହିଛି । ଆଧାର ହେଉଛି ଏୟା କି ଦେଶର ସମ୍ବିଧାନ ସମସ୍ତଙ୍କୁ କହିବାର ବାକସ୍ବାଧିନତା ଦେଇଛି । କିନ୍ତୁ ଦେଶରେ ଥିବା କିଛି ରାଜନୈନିକ ନେତା ବା ସରକାର କ୍ଷମତା ମୋହରେ ସମ୍ବିଧାନକୁ ଦଳିମକଚି ନିଜର ଔଦ୍ଧତ୍ୟ ଦେଖାନ୍ତି । ନିଜେ ଯାହା କହିବେ ସତେ ଯେପରି ତାହାହିଁ ସମ୍ବିଧାନ । ଏଭଳି ତାନାସାହି ଚଳାଇଥିବା ବର୍ତମାନ ଦେଶରେ ଚର୍ଚ୍ଚିତ ରାଜ୍ୟ ଭାବରେ ଓଡିଶା ଓ ମହାରାଷ୍ଟ୍ର ରହିଛି । ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ଭାବରେ ଗଣମାଧ୍ୟମକୁ ସବୁଳେ ନଷ୍ଟଭ୍ରଷ୍ଟ କରିବାରେ ଲାଗିପଡିଛନ୍ତି । କ୍ଷମତାର ଅନ୍ଧରେ ଯେଉଁ ଜନତା ସେମାନଙ୍କୁ ରାଜ୍ୟାଭିଷେକ କରିଥିଲେ । ସମାଜ ଏବଂ ଲୋକମାନଙ୍କର ବିକାଶ କରିବେ ହେଲେ ତାହା କରିବା ପରିବର୍ତେ ଯାହାପାଇଁ ଗଣତନ୍ତ୍ର ସନ୍ତୁଳନ ହେଉଛି ତାକୁ କଣ୍ଠରୋଧ କରିବା ପାଇଁ ଚାହୁଛନ୍ତି । ରାଜ୍ୟର ଜଣେ ଜଣାଶୁଣା ସାମ୍ବାଦିକ ରମେଶ ରଥଙ୍କୁ ଯେଉଁଭଳି ଭାବରେ ପୋଲିସ ଉଠାଇ ନେଲା ତାହା ଅସମ୍ିଧାନିକ । ସେହିପରି ମହାରାଷ୍ଟ୍ର ସରକାରଙ୍କ ଇସାରାରେ ଦେଶର ଜଣେ ଜଣାଶୁଣା ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗତକାଲି ପୋଲିସ ଯେଉଁଭଳି ଭାବରେ ଆତଙ୍କବାଦୀ ଭଳି ବ୍ୟବହାର କରି ଉଠାଇ ନେଇଛି ତାହା ସବୁସୀମା ଟପିଯାଇଛି । ସବୁନିୟମ କାନୁନକୁ ଦଳିଦେଇ ପୋଲିସ ସ୍ବୟ ବିଚାରପତି ହୋଇ ଦେଶର ସମ୍ବିଧାନକୁ ଖୋଲାଖୋଲି ଭାବରେ ଉଲଂଘନ କରିଥିବା ଦେଶର ବଡବଡ ବିଂଗ୍ୟ ଲୋକମାନେ ମତବ୍ୟକ୍ତ କରୁଛନ୍ତି । ତାହେଲେ ଦେଶରେ ଗଣତନ୍ତ୍ର ଚାଲିଛି ନା କ୍ଷମତାସୀନ ନେତାଙ୍କ ଶାସନ ଚାଲିଛି ବୋଲି କହିବା ? ସରକାର ଜନତାଙ୍କ ସମସ୍ୟା ତଥା ରାଜ୍ୟର ବିକାଶ କରିବା ପାଇଁ ଳୋକେ ଭୋଟ ଦେଇଥିବା ବେଳେ ସେମାନେ କ୍ଷମତାର ଅହଂକାରରେ ହିତାହିତାଗ୍ୟାଂନ ହରେଇ ଅସମ୍ବିଧାନିକ କାର୍ଯ୍ୟକରିବାରେ ଲାଗିପଡିଛନ୍ତି । କିନ୍ତୁ ସମସ୍ତଙ୍କୁ ବୁଝିବାକୁ ପଡିବ ସମୟ ସବୁବେଳେ ସମାନ ନୁହେଁ, କି ଲୋକେ ଦେଇଥିବା କ୍ଷମତା ଚିରସ୍ଥାୟୀ ନୁହେଁ । ଆଉ ସେଇମାନେବି ଜାଣିରଖିବା ଦରକାର ରାଜନେତାଙ୍କ ହାତବାରିସି ହୋଇ ଯେଉଁ ପୋଲିସ ବାବୁମାନେ ଔଦ୍ଧତ୍ୟର ସବୁସୀମା ଟପି ନିଜର ଆକା ମାନଙ୍କୁ ଖୁସିକରିବା ପାଇଁ ସମ୍ବିଧାନ ବାହାରେ କିଛିବି କରିବାକୁ ପଛାଉ ନାହିଁନ୍ତି ସମୟ ଓ ସମ୍ବିଧାନ ତାଙ୍କୁ ଉଚିତ ଜବାବ ଦେବ । ସେତେବେଳେ ନା ସେମାନଙ୍କ ପାଖରେ ସେହି ନେତାମାନେ ମଧ୍ୟ ଆଉ ନଥିବେ । ଏକଥାକୁ ସମସ୍ତେ ଜାଣିରଖିବା ଦରକାର । ସମ୍ବିଧାନ ସମସ୍ତଙ୍କୁ ସମାନ ଅଧିକାର ଦେଇଛି କିନ୍ତୁ ତାର ଦୁରୁପଯୋଗ କାହାପାଇଁ ତଥା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହଁ ।

