ଆମେ ଆଜି ଜାଣିବା ଜନ୍ମ, ମୃତ୍ୟୁ, ବିଶିଷ୍ଟ ବ୍ୟକ୍ତିଙ୍କ ଆଗମନ, ପ୍ରତ୍ୟାବର୍ତ୍ତନ, ବିବାହ, ସଫଳତା । ଆଦି ବ୍ୟକ୍ତିତ୍ଵଭିତ୍ତିକ ଖବରରେ କେମିତି ପ୍ରକାଶ ପାଇଥାଏ । ବାସ୍ତବିକ ଏସବୁ ଖବର ପରିବେଷଣ କରାଯାଏ ଖବରକାଗଜର ପ୍ରସାର ଲାଗି । ଅନ୍ୟପକ୍ଷରେ ସ୍ଥାନୀୟ ଲୋକମାନେ ଖବରକାଗଜ ମାଧ୍ୟମରେ ଖବରଟି ଜାଣି ଅଭିନନ୍ଦନ ଅବା ଦୁଃଖ ପ୍ରକାଶ କରିବାକୁ ଯାଇଥାନ୍ତି । ଧରାଯାଉ କୌଣସି ଧର୍ମ ପ୍ରବଚନ ଦେବାପାଇଁ ବିଶିଷ୍ଟ ବାବା ସ୍ଥାନୀୟ ବ୍ଲକ୍ ସାମ୍ନାରେ ବା ସ୍କୁଲ ପଡ଼ିଆକୁ ଆସୁଛନ୍ତି । ତେବେ ଏହି ଖବର ପ୍ରକାଶିତ ହେବାପରେ ଖବରଟିକୁ ପଢ଼ି ସ୍ଥାନୀୟ ଲୋକେ , ଯାହାଙ୍କ ଆଗ୍ରହ ଥିବ ସେ ପ୍ରବଚନ ଶୁଣିବାକୁ ଯାଇପାରିବେ । ସେହିପରି ଅଞ୍ଚଳର ବିଶିଷ୍ଟ ଖ୍ୟାତନାମା ବ୍ୟକ୍ତିଙ୍କ ମୃତ୍ୟୁ ଖବର ଶୁଣି ପାଖ ପରିଜନ, ସମର୍ଥକ, ଶୁଭେଚ୍ଛୁମାନେ ଦୁଃଖ ପ୍ରକାଶ କରିଥାନ୍ତି । ସ୍ଥାନୀୟ ବ୍ୟକ୍ତିଙ୍କର ସଫଳତା ମଧ୍ୟ ବହୁ ଚମକପ୍ରଦ ଖବର ଭାବେ ବିବେଚନା କରାଯାଏ । ଧରାଯାଉ , ମାଟ୍ରିକ୍ୟୁଲେସନ୍ ଅବା ଯୁକ୍ତ ଦୁଇ କିମ୍ବା ଯୁକ୍ତ ତିନି ପରୀକ୍ଷାରେ କିଏ ଯଦି ପ୍ରଥମ ଦଶ ଜଣ | ପ୍ରଥମ କୋଡ଼ିଏ ଜଣ ଭିତରେ ସ୍ଥାନ ପାଏ, ତେବେ ଅତିଶୀଘ୍ର ସେହି ଖବର ଫଟୋ ସହିତ ମୁଖ୍ୟ କାର୍ଯ୍ୟାଳୟକୁ ପଠାଇଦେବା ଉଚିତ । ସେହିପରି ତୃତୀୟ , ପଞ୍ଚମ ବା ସପ୍ତମ ଶ୍ରେଣୀରେ ପଢୁଥିବା ଛାତ୍ର ଛାତ୍ରୀ ଯଦି କେହି ବୃତ୍ତି ପାଇଥାନ୍ତି , ତାହା ମଧ୍ୟ ଖବର ଭାବେ ପ୍ରକାଶ କରାଯାଇଥାଏ । ସର୍ବଭାରତୀୟ ସ୍ତରରେ କିଏ ଯଦି ସଫଳତା ପାଇଥାନ୍ତି, ତାହା ମଧ୍ୟ ଭଲ ଖବର ଭାବେ ଖବରକାଗଜରେ ସ୍ଥାନ ଦିଆଯାଇଥାଏ । ଏଭଳି ଖବର ପରିବେଷଣ ଦ୍ବାରା ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଆଗ୍ରହବୃଦ୍ଧି ପାଇବା ସହ ଗଣମାଧ୍ୟମ ଭାବରେ ଅନେକ ଲୋକଙ୍କ ସହ ଯୋଡିହେବାକୁ ଇଏ ଏକ ମାଧ୍ୟମ ମଧ୍ୟ । ଏଭଳି ଖବର ଲେଖିବା ବେଳେ ମଧ୍ୟ ସେହି ୬ସୁତ୍ରୀ ଆଧାରରେ ନ୍ୟୁଜ ଲେଖିବାକୁ ପଡେ ।

