ଭୁବନେଶ୍ବର: ସମୟ କାହାକୁ କେତେବେଳେ କୋଉ ଦିଗରେ ନେଇଥାଏ ତାହା କେହି କହିପାରିବେ ନାହିଁ । ରାଜ୍ୟରେ ନିରଙ୍କୁଶ ଭାବରେ ନବୀନ ବାବୁ ୫ଥର ମୁଖ୍ୟମନ୍ତ୍ରୀ ରହି ରାଜ୍ୟଭାର ସମ୍ଭାଳିଛନ୍ତି । ହେଲେ ସିଧାସଳଖ ତାଙ୍କ ଉପରେ କୌଣସି ଦାଗ ଟିଏ ଲାଗିପାରି ନାହିଁ । ଦେହରେ କଳାଦାଗ ଲାଗିବା ପୂର୍ବରୁ କାହାକୁ ବଳି ଦେଇ ସମୟ ସମୟରେ ରାଜ୍ୟବାସୀଙ୍କୁ ନିଜକୁ ସ୍ବଚ୍ଛ ଶାସନର ଚେହେରା ଦେଖାଇ ଆସିଛନ୍ତି । ଦିର୍ଘ ଦିନର ଶାସନ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଏ ଷ୍ଟ୍ରାଟାଜି ହେଉ ଯିଏ ଚର୍ଚ୍ଚାରେ ରହିଲା ସିଏ ଗଲା । ଯେମିତି ସ୍ବର୍ଗତ ପ୍ୟାରୀ ମୋହନ ମହାପାତ୍ରଙ୍କୁ ବିଜେଡିର ଦିତ୍ବିୟ କ୍ଷମତା କେନ୍ଦ୍ର ବୋଲି କୁହାଯାଉଥିଲା । ୨୦୧୨ ପୂର୍ବରୁ ସେ ବେସ ପ୍ରଭାବଶାଳୀ ଥଲେ ସମୟ ଚକରେ ତାଙ୍କୁ ଦଳରୁ ବିଦା କରିଦେଲେ ମୁଖ୍ୟମନ୍ତ୍ରୀ । ନବୀନବାବୁ ବିଦେଶ ଗସ୍ତରେ ଥିବାବେଳେ କୁହାଗଲା ସରକାର ଭାଙ୍ଗିବାକୁ ପ୍ୟାରୀବାବୁ କୁଆଡେ ରାଜଧାନୀରେ ବସି ଷଡୟନ୍ତ୍ର କରୁଥିଲେ । ସେ ସମୟରେ ଅନେକ ଆଲୋଚନା ହେଲା, ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଲେ। ହେଲେ ଆଜି ପର୍ୟ୍ୟନ୍ତ ତାର ବାସ୍ତବତା ସାମ୍ନାକୁ ଆସିପାରିଲା ନାହିଁ । ସେ ଯାହାବି ହେଉ ପରବର୍ତି ସମୟରେ ଆଉ ଜଣେ ଚାଣକ୍ୟକୁ ନବୀନ ବାବୁ ପାଇଛନ୍ତି । ଯେମିତି ନାମ ମାତ୍ର ମୁଖ୍ୟମନ୍ତ୍ରୀ ନବୀନବାବୁ ଅଛନ୍ତି 5Tକରି ଆଉଜଣକୁ ସବୁ ବିଭାଗର ମୁଖ୍ୟ କରିଛନ୍ତି । ଏବେ ସେ ନବୀନଙ୍କ ଚାଣକ୍ୟ ଦକ୍ଷ ପ୍ରଶାସକ ବାବୁ ପାଣ୍ଡିଆନ ମଧ୍ୟ ଖୁବ ଚର୍ଚ୍ଚାରେ । ହେଲେ ସମୟ ପୁଣି ପାଣ୍ଡିଆନଙ୍କ ସହିତ ସେଭଳି କିଛି ଖେଳିବ ନାହିଃତ ? ଯେମିତି ସ୍ବର୍ଗତଃ ପ୍ୟାରୀ ବାବୁ ଅବସ୍ତା ହେଲା ! ପାଣ୍ଡିଆନ ବାବୁଙ୍କୁ ମଧ୍ୟ ଇତିହାସ ମନେରଖି ସବୁ କାର୍ଯ୍ୟ କରିବାକୁ ହେବ । କ୍ଷମତାରେ ଅନ୍ଧ ହୋଇ ମନମାନି କରିବା ପୂର୍ବରୁ ନବୀନବାବୁଙ୍କ ଶାସନର ଇତିହାସ ମନେରଖି କାର୍ଯ୍ୟକରିବାକୁ ହେବ ନଚେତ୍ ଅବସ୍ଥା ଅସମ୍ଭାଳ ନହେବ ତାହା କିଏ କହିବ ? ଏଇଟା ସତ ମୁଖ୍ୟମନ୍ତ୍ରୀଙ୍କ ଦେହରେ କଳା ଦାଗ ଲାଗିବାକୁ ଆରମ୍ଭ କଲେ ତାକୁ ଆଗତୁରା ଅଳିଆ ସଫାକରନ୍ତି । ହୁଏତ ଏବେ ତାହା ଦେଖାଯାଉ ନାହିଁ । କିନ୍ତୁ ସେକଥାକୁ ମନେରଖିବାକୁ ପଡିବ ।

