ଗଞ୍ଜେଇ ଭର୍ତ୍ତି ଗାଡିରେ ଲାଗିଲା ନିଆଁ
April 01, 2021
ବୌଦ୍ଧ,୨।୪: ଗଞ୍ଜେଇ ଭର୍ତ୍ତି ଗାଡିରେ ଲାଗିଲା ନିଆଁ । ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା କଣ୍ଟାମାଳ ରାସ୍ତା କପାସିରା ଛକ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଘଟଣା କେତେବେଳେ ଘଟିଛି ! ଗାଡିରେ କିଏ ଗଜେଂଇ ଚାଲଣ କରୁଥିଲା, କୋଉକାରଣ ପାଇଁ ଗାଡିରେ ନିଆଁ ଲାଗିଲା ତାହା ଜଣାପଡି ନାହିଁ । ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଚିଂ ତଦନ୍ତ ଆରମ୍ଭ କରିଛି । ସୂଚନା ଥାଉ କି, ବୌଦ୍ଧ ଜିଲ୍ଲାରୁ ବେଧଡକ୍ ଭାବରେ ନିତି ଦିନ ଗଜେଂଇ ଚାଲାଣ ହେଉଥିବା ଖବର ଗଣମାଧ୍ୟମରେ ସାମ୍ନାକୁ ଆସୁଛି । ହେଲେ କିଛି ଅସାଧୁ କର୍ମଚାରୀଙ୍କ ଯୋଗୁଁ ଗଜେଂଇ ମାଫିଆ ଖସିବାରେ ସଫଳ ହେଉଛନ୍ତି ।