TOP NEWS

6/recent/ticker-posts

ଔଦ୍ଧତ୍ୟ ପୋଲିସ ହେବେ ସାବାଡ୍ ଜାଣନ୍ତୁ ନିଜ ଅଧିକାର


ଭୁବନେଶ୍ବର: ଲୋକ ଆଇନ ତଥା ନିଜ ଅଧିକାର ଜାଣିନ ଥିବାରୁ ତାହାର ଫାଇଦା ଉଠାନ୍ତି ଅନେକ ପୋଲିସ । ବେଳେ ବେଳେ କଣ ହୁଏ ନା ଲୋକ ଭୂଲ କରିନଥିଲେ ମଧ୍ୟ ତାଙ୍କୁ ଅନେକ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ଏହାର କାରଣ ଆମେ ଆଇନ ଜାଣି ନାହୁଁ ବୋଲି ତାର ଫାଇଦା ସେଭଳି ଅସାଧୁ ପୋଲିସ ବାବୁମାନେ ନିଅନ୍ତି । ନିକଟରେ ନୋଏଡାରେ ୨ଜଣ ପୋଲିସ କର୍ମୀ ଜଣେ ବ୍ୟକ୍ତିଙ୍କୁ ମାଡ ମାରୁଥିବା ଘଟଣା ନଜରକୁ ଆସିଥିଲା । ହଁ ହୁଏତ ୨ଜଣଙ୍କୁ ନିଲମ୍ବିତ କରାଯାଇଛି । ଏଭଳି ଅନେକ ଘଟଣା ପୋଲିସ ଜନତା ମଧ୍ୟରେ ଦେଖିବାକୁ ମିଳେ । ସେ ସମୟରେ ଆମେ କଣ କରିବା ଆବଶ୍ୟକ ? ପ୍ରଥମ କଥା ହେଲା ପୋଲିସ ଯଦି ଆପଣଙ୍କୁ ଅଭଦ୍ର ଭାଷାରେ ଗାଲିଗୁଲଜ କରି ମାଡ ମାରିଛି ତେବେ ଆପଣ ପ୍ରଥମେ ମେଡିକାଲ୍ ଟେଷ୍ଟ୍ କରିନେବା ଆବଶ୍ୟକ । ଏବଂ ସେହି ଅଧିକାରୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିବା ଆବଶ୍ୟକ । ଯଦି ପୋଲିସ FIR ଗ୍ରହଣ ନକରନ୍ତି ତାହେଲେ କୋର୍ଟ ରେ କମ୍ପ୍ଲେନ୍ କେସ୍ କରିବା ସହିତ ସେହି କମ୍ପ୍ଲେନ୍ କପିକୁ ଜିଲ୍ଲା ଓ ରାଜ୍ୟ ପୋଲିସର କମ୍ପ୍ଲେନ ସେଲକୁ ଜଣାନ୍ତୁ । ଏବଂ ସେଣ୍ଟ୍ରଲ୍ ଭିଜିଲାନ୍ସ କମିଶନ୍ କୁ ମଧ୍ୟ ଜଣାନ୍ତୁ । ତାବାଦରେ ଜାତୀୟ ମାନବାଧିକାର କମିଶନରଙ୍କୁ ମଧ୍ୟ ଲିଖିତ ଭାବରେ ଜଣାଇ ପାରିଇ ନ୍ୟାୟ ମାଗିପାରିବେ । ଯଦି ଆବଶ୍ୟକ ଦସ୍ତାବିଜ୍ ରେ ପୋଲିସର ଦୋଷ ପ୍ରମାଣିତ କରିପାରିବେ ତାହେଲେ ସେହି ପୋଲିସ ବାବୁଙ୍କର ଚାକିରି ମଧ୍ୟ ଯିବ । ଯେତେ ଦିନ ପର୍ଯ୍ୟନ୍ତ ଅନ୍ୟାୟ ବିରୋଧରେ ମୁହଁ ନଖୋଲିଛନ୍ତି । ଇନ୍ଦୋର ଘଟଣା ପରି ଲୋକ ମୁକସାଖି ହୋଇ ଦେଖିବେ ସେତେ ଦିନ ପର୍ଯ୍ୟନ୍ତି ଲୋକ ଶୋଷଣର ଶିକାର ହେବେ । ସମସ୍ତେ ଜାଣିରଖିବା ଦରକାର । ପୋଲିସ ଲୋକଙ୍କ ସୁରକ୍ଷା ପାଇଁ ରହିଛି । ନା ଲୋକଙ୍କୁ କ୍ଷମତାର ଅହଂକାର ରେ ବସବର୍ତ୍ତି ହୋଇ ମାଡମାରିବା ଅଧିକାର ତାଙ୍କର ନାହିଁ । ଯଦି ବ୍ୟକ୍ତି ଜଣକ ଭୂଲ କରିଛି । ତାଙ୍କ ନାରେ କେସ୍ କରି ପାରିବ କିନ୍ତୁ ମାଡମାରି ପାରିବ ନାହିଁ । ଏବେ ଏହି କୋଭିଡ କଟକଣା ସମୟରେ ମାକ୍ସ ଚେକିଂ ଚାଲିଛି । ଯଦି କୌଣସି ବ୍ୟକ୍ତି ମାକ୍ସ ପିନ୍ଧି ନାହିଁ ତାହେଲେ ତାଙ୍କ ଠାରୁ ଫାଇନ ଆଦାୟ କରିପାରିବେ । କିନ୍ତୁ ମାଡମାରି ପାରିବେ ନାହିଁ । ଜନସାଧାରଣ ଯଦି ନିଜର ଅଧିକାର ଓ କର୍ତ୍ତବ୍ୟ ଠିକ୍ ଭାବରେ ବୁଝିବେ ଓ ଜାଣିପାରିବେ ତାହେଲେ ଔଦ୍ଧତ୍ୟ ଦେଖାଉଥିବା ପୋଲିସ ବାବୁମାନେ ନିଜର ଦାୟିତ୍ବ ଓ କର୍ତ୍ତବ୍ୟ ଠିକ୍ ଭାବରେ ତୁଲାଇବାକୁ ବାଧ୍ୟ ହେବେ ।  କିନ୍ତୁ ମନେରଖିବାକୁ ହେବ ପୋଲିସ ମାଡମାରିଥିଲେ ପ୍ରଥମେ ମେଡିକାଲ  ଜାଞ୍ଚ୍ କରାଇ ନିଜ ହାତରେ ପ୍ରମାଣ ରଖନ୍ତୁ ।