ସୁନ୍ଦରଗଡ,୧୧।୪: ସ୍ତ୍ରୀର ଲୁହା ରଡ ମାଡରେ ସ୍ବାମୀ ମୃତ ! ଏଭଳି ଏକ ଆଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ଶୁଖାମହାଦେବ ମନ୍ଦିର ପଡାରେ । ମୃତ ବ୍ୟକ୍ତିଙ୍କ ନା ପ୍ରକାଶ କୁଜୁର ହୋଇଥିବା ବେଳେ ସ୍ତ୍ରୀଙ୍କ ନା ସୁଷମା କୁଜୁର ବୋଲି ଜଣାପଡିଛି । ମିଳିଥିବା ଖବର ଅନୁସାରେ ପ୍ରକାଶ ସବୁଦିନ ମଦ ପିଇ ଘରକୁ ଆସି ତାଙ୍କ ପତ୍ନୀଙ୍କ ସହିତ ଝଗଡା କରୁଥିଲେ । ତେବେ ଗତ କାଲି ରାତିରେ ମଧ୍ୟ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା । ଉଭୟଙ୍କ ଭିତରେ ଝଗଡା ବଢିବା ଫଳରେ ପ୍ରକାଶଙ୍କ ସ୍ତ୍ରୀ ସୁଷମା ରାଗିଯାଇ ଏକ ଲୁହା ରଡରେ ପ୍ରକାଶଙ୍କ ମୁଣ୍ଡକୁ ଜୋରରେ ପ୍ରହାର କରିଥିଲେ । ଫଳରେ ସେଠାରେ ହି ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ଅନ୍ୟପଟେ ଘଟଣାର ଖବର ପାଇ ତଳସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ୍ କରିବା ସହିତ ସ୍ତ୍ରୀକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।

