ମଣିଷ ସବୁବେଳେ ଭାବନାରେ ବୁଡି ରହିଥାଏ, ଆଉ ଭାବେ ଓଡିଆ ନବବର୍ଷ ଆସିଲେ ସେଇ ଦିନ ଠାରୁ ବର୍ଷ ତମାମ ମୋର ଭଲରେ ଯାଆନ୍ତା କି ? ଏମିତି ଅନେକ ଭାବନା ମନରେ ଆସେ । ହେଲେ ବାସ୍ତବରେ ଭଲରେ କଟିବ କେମିତି ? ଭଲରେ କଟିବା ପାଇଁ ଆମକୁ ପୁଣି ଭଲ ଚିନ୍ତା କରିବାର ଅଛି । କେମିତି ଗୋଟିଏ ମଣିଷର ପାଟି ଚାହୁଁଛି ମୋ ପାଟିଟା ଟିକିଏ ସୁଆଦିଆ ଲାଗୁ , | ଠିକ ସେହିପରି ଆମେ ଯଦି ଆଗାମି ଦିନ ଗୁଡିକ ଭଲରେ କଟୁ ବୋଲି ଚାହୁଁଛେ । ତା ହେଲେ ଆମେ ନୂଆଁ ବର୍ଷରେ ସୁଖ ମୟ ଜୀବନର ଭବିଷ୍ୟତ ଗଠନ ଦିଗରେ ମନରେଏକ ନୂଆଁ ଚିନ୍ତାଧାରା ଜାଗ୍ରତ କରିବାର ଅଛି । ଆଜି ଠାରୁ ଆଗାମି ଦିନର କାର୍ଯ୍ୟକ୍ରମ କିପରିକରିବା ସେଥିପ୍ରତି ମାନସିକ ସ୍ତରରେ ମଧ୍ୟ ନିଜେ ନିଜକୁ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ନୂଆଁ ବର୍ଷ ବେସିକି ଆମ ଓଡ଼ିଆ ନୂଆଁବର୍ଷ ଆସିଲେ ପ୍ରାୟ ସମସ୍ତଙ୍କ ମନରେ ଏକ ଭାବନା ଜାଗ୍ରତ ହୁଏ । ଏବର୍ଷ ତମାମ୍ ମୋର ଏବଂ ମୋର ପରିବାରର ସମସ୍ତଙ୍କର ଦିନଗୁଡିକ ଭଲରେ କଟୁ । ଏବର୍ଷ ଆମ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ , ହେଲେ ତାହା କେତେ ମଣିଷର ଭାଗ୍ୟରେ ଆସେ ତାହା ସମୟ ହିଁ କହିଥାଏ । ଯେତେ ବେଳେ ଆମେ ବର୍ଷର ଦିନ ଗୁଡାକ ଭଲରେ କଟିବା କଥା ମନରେ ଭାବିଥାଉ । ସେହିପରି ଭାବେ ମନରେ ବଜ୍ର ଶପଥ ନେବାର ଅଛି ଯେଉଁ ଥିରେ ମୋର ଆଉ ମୋ ପରିବାରର ମଙ୍ଗଳ ହେବା ସହିତ ଦେଶର ହିତରେ ଆସିବ । ଆମେ ଭାବିବା ଓ କହିବା ବଦଳରେ ନିଜକୁ ନିଜେ ପ୍ରସ୍ତୁତ କରିବାର ଅଛି । ମୁଁ କଣ କରିବି ଓ କରି ପାରିବି ସେ ବିଷୟରେ ଦୃଢ ସଙ୍କଳ୍ପ ନେବା ଉଚିତ । ଆଜିର ଦିନ ପ୍ରଥମତଃ ମଣିଷକୁ ସଂସ୍କାର ଶିକ୍ଷାର ଆବଶ୍ୟକତା ରହିଛି । ଏହା ଆମେ ବିଭିନ୍ନ ସମୟରେ ସାଧୁ , ବରିଷ୍ଠ ବୁଦ୍ଧିଜୀବିମାନଙ୍କ ମତ ତଥା ବିଭିନ୍ନ ଗଣମାଧ୍ୟମରେ ଦେଖିବାକୁ ମିଳେ । ସଂସ୍କାରର ଅପକ୍ଷୟ ହେବା ଯୋଗୁଁ ମଣିଷ ମାନେ ଆଜି ଅମଣିଷ ହୋଇଯାଉଛନ୍ତି । ଏହା ଯଦି ଠିକ୍ ଭାବରେ ବିଚାର କରାଯାଏ ସାଧୁ ତଥା ବୁଦ୍ଧିଜୀବିଙ୍କ କଥାରେ ସତ୍ୟ ରହିଛି । ଗୋଟିଏ ରାଜ୍ୟ ସରକାର ଯେମିତି ବିଭିନ୍ନ ଯୋଜନା ହେଉବା ଅନ୍ୟ କୌଣସି କ୍ଷେତ୍ରରେ ଇମ୍ପ୍ଲିମେଣ୍ଟ କରିବା ଦିଗରେ ଧ୍ୟାନ ଦେଇ ଏହାର ସଂସ୍କାର ପାଇଁ ଗାଇଡ ଲାଇନ ପ୍ରସ୍ତୁତ କରିଥାନ୍ତି । ସେହିପରି ନିଜ ପରିବାର କ୍ଷେତ୍ରରେ ମଧ୍ୟ ନିଜେ ନିଜ ପାଇଁ ତଥା ପରିବାର ର ଉନ୍ନତି ପାଇଁ ଏକ ଗାଇଡ ଲାଇନ ପ୍ରସ୍ତୁତ କରିବାର ଅଛି । ଯାହାଦ୍ୱାରା ନିଜର ମଙ୍ଗଳ ହେବା ସହିତ ପରିବାରର ମଙ୍ଗଳ ସାଧିତ ହୋଇଥାଏ । ଯଦି ପ୍ରତ୍ୟେକ ମଣିଷ ମନରେ ଏହି ଭାବନା ଜାଗ୍ରତ ହୁଏ ତାହା ହେଲେ ତାର ନିଜର ଓ ତାର ପରିବାରର ତଥା ଦେଶର ଯେ , ମଙ୍ଗଳ ସାଧିତ ହେବ ଏଥିରେ ସନ୍ଦେହ ନାହିଁ । ଏଥି ପାଇଁ ସମସ୍ତଙ୍କ ମନରେ ନୂଆଁ ଚିନ୍ତା ଜାଗ୍ରତ ହେବା ଦରକାର ।

