TOP NEWS

6/recent/ticker-posts

ନବୀନଙ୍କ ଗୁଡ୍-ବୁକ୍ ରହିବାର ନିଶା ଅନୁଭବ ମହାନ୍ତିଙ୍କ ପାଇଁ କାଳ ହେଲା କି?


ଭୁବନେଶ୍ବର(ରଂଜନ କୁମାର): ୨୦୧୯ ନିର୍ବାଚନରେ ଓଡିଶାର ସବୁଠାରୁ ଚର୍ଚ୍ଚିତ ଲୋକସଭା ଆସନ କେନ୍ଦ୍ରାପଡା । ଆଉ ସେଠି ବିଜୟୀ ହୋଇଥିବା ସାଂସଦ ଅଭିନେତା ଅନୁଭବ ମହାନ୍ତି । ନିର୍ବାଚନ ସରିବା ପରଠାରୁ ତାଙ୍କର ପ୍ରତିଦ୍ବନ୍ଦି ଥିବା ବିଜେପି ପ୍ରାର୍ଥୀ ବୈଜନ୍ତ ପଣ୍ଡାଙ୍କୁ ହରେଇବା ଘମଣ୍ଡରେ ଏତେ ମାତ୍ରାରେ ବଢିଗଲା ଯେ ତାଙ୍କ ପାଟିରେ ଆଉ ବାଡବତା ରହିଲା ନାହିଁ । ହେଲେ ତାଙ୍କର ସେହି ଘମଣ୍ଡ କିଛିଦିନ ପରେ ଚୁରମାର୍ ହୋଇଗଲା ପରି ଲାଗୁଛି । ପାରିବାରିକ ବିବାଦରେ ଛନ୍ଦିହୋଇ ପଡିଛନ୍ତି ସେ । ଆଉ ଏହି ଜାଲରୁ ମୁକୁଳିବା ମଧ୍ୟ ବହୁତ କଷ୍ଟ । ବୈଜୟନ୍ତ ପଣ୍ଡାଙ୍କୁ ହରେଇ କେନ୍ଦ୍ରାପଡାରେ ସାଂସଦ ଭାବରେ ନିର୍ବାଚିତ ହେବା ସତେ ଯେମିତି ନିଜର ଲୋକପ୍ରିୟତା ଯୋଗୁଁ ରଣ ଜିତିଛନ୍ତି । ସାଂସଦ ନିର୍ବାଚିତ ହେବା ପରଠାରୁ କେତେବେଳେ ସାମ୍ବାଦିକଙ୍କୁ ନେଇ ବିବାଦ ତ କେତେବେଳେ ମହିଳାଙ୍କୁ ନେଇ ବିବାଦ ଏତେସବୁ ପରେ ମଧ୍ୟ ଅହଂକାର ଚରମସୀମାରେ । ହେଲେ ଏବେ ଘରୋଇକଳି ସବୁସୀମା ଟପିଛି । ଅନୁଭବ ଓ ତାଙ୍କ ସ୍ତ୍ରୀଙ୍କ ବିବାଦ ସାମ୍ନାକୁ ଆସିବା ପରେ ଅନୁଭବ ମହାନ୍ତିଙ୍କୁ ଚାରିଆଡୁ କଡା ସମାଲୋଚନା। ଜଣେ ସାଂସଦ ତାଙ୍କ ସ୍ତ୍ରୀଙ୍କୁ ନିର୍ଯ୍ୟାତନା ଦେଉଛନ୍ତି, ସମ୍ମାନ କରୁନାହାନ୍ତି ସେ ଅନ୍ୟ ମହିଳାଙ୍କୁ କି ସମ୍ମାନ କରିବେ ବୋଲି ସବୁଆଡୁ ତେରଛା ବାଣ ବାଜୁଛି । ଏ ସବୁ ପରିସ୍ଥିତି ଭିତରେ  ଅନୁଭବ ମହାନ୍ତିଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧାର ଆଡକୁ ଗତି କରୁଥିବା କହୁଛନ୍ତି ରାଜନୈତିକ ସମୀକ୍ଷକ । କାରଣ ବିଜେଡି ସୁପ୍ରିମୋଙ୍କ ଠାରେ ଏଭଳି ବିବାଦିୟ ନେତାଙ୍କ ସ୍ଥାନ ନାହିଁ । ପୂର୍ବରୁ ଏହାର ନଜିର ମଧ୍ୟ ରହିଛି । କୁହାଯାଏ ଅତିଗର୍ବେ ହତଲଙ୍କା ଠିକ୍ ସେଭଳି ହୋଇଛି ଅନୁଭବଙ୍କ କ୍ଷେତ୍ରରେ । କେନ୍ଦ୍ରାପଡାର ବିକାଶ ହେଉକି ନହଉ କିନ୍ତୁ ତାଙ୍କ ଦଳର ମୁଖ୍ୟ ପ୍ରତିଦ୍ବନ୍ଦି ବୈଜୟନ୍ତ ପଣ୍ଡାଙ୍କୁ କିମ୍ବା ତାଙ୍କର ଗଣମାଧ୍ୟମ ସଂସ୍ଥାକୁ ନିନ୍ଦାକରିବାକୁ ପଛାଉନଥିଲେ । ଏହାରିପଛରେ ଗୋଟିଏ ଉଦ୍ଦେଶ୍ୟଥିଲା କି ନବୀନବାବୁଙ୍କ ଗୁଡବୁକ୍ ରେ ରହିବା । ହେଲେ ବାବୁ ଜାଣିନଥିଲେ ପଥରକୁ ଢେଲାମାଡ କଲେ ନିଜଦେହରେ ବାଜେବୋଲି । ଏବେ କିନ୍ତୁ ଅନୁଭବ ମହାନ୍ତିଙ୍କ ଉପରେ ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ ଥିବା କୁହାଯାଉଛି । କଣ ନବୀନବାବୁଙ୍କ ଗୁଡବୁକ୍ ହେବାର ନିଶା ଅନୁଭବ ମହାନ୍ତିଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧାର କରିଦେଲା କି ? ଏଭଳି ଅନେକ ପ୍ରଶ୍ନ ଏବେ ସବୁଠି ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହୋଇଛି ।