TOP NEWS

6/recent/ticker-posts

ପିପିଲି ପଲିଟିକ୍ସ୍: ଆରମ୍ଭରୁ ହିଂସା


ଭୁବନେଶ୍ବର,୨।୪:ପିପିଲି ଉପନିର୍ବାଚନ ପାଇ ରାଜନୈତିକ ପାଣିପାଗ ସରଗରମ ରହିଥିବା ବେଳେ ଆରମ୍ଭ ହେଲାଣି ହିଂସା । ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନିଜ କର୍ମୀଙ୍କ ସହିତ ରାଲିରେ ଯିବା ବେଳେ ପିପିଲି ଥାନା ରାଇଗିରିପୁର ଗାଁରେ ବିଜେଡି କର୍ମୀ ବିଜେପି କର୍ମୀଙ୍କୁ ମାଡମାରିବା ସହ ବାଇକ ଭଙ୍ଗାରୁଜା କରିଥିବା ଅଭିଯୋଗ କରିଛନ୍ତି ଆଶ୍ରିତ । ତେବେ ଏ ଘଟଣାର ପ୍ରତିବାଦରେ ଗାଁ ଦାଣ୍ଡରେ ଆଶ୍ରିତ ପଟ୍ଟନାୟକ ଧାରଣାରେ ବସିଥିବା କୁହାଯାଉଛି । ତେବେ ଆରମ୍ଭରୁ ପିପିଲିରେ ଏଭଳି ହିଂସା ଦେଖାଦେଇଥିବା ବେଳେ । ଆଗକୁ ଆହୁରି ରାଜନୈତିକ ହିଂସା ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ଏଥିପ୍ରତି ପ୍ରଶାସନ ଓ ନିର୍ବାଚନ କମିଶନ୍ ଦୃଷ୍ଟିଦେବା ଆବଶ୍ୟକ ।