TOP NEWS

6/recent/ticker-posts

ନିଜର କର୍ତ୍ତବ୍ୟ ଭୂଲୁଛି ବିରୋଧି,ସେଥିପାଇଁ ପଚାରୁ ନାହିଁ ଶାସକ ଦଳ !


ଭୁବନେଶ୍ବର,୪।୪: ବିଧାନସଭାରେ ଲୋକାୟୁକ୍ତ ସଂଶୋଧନ ବିଲକୁ ନେଇ ଯେଉଁ ଅଶୋଭନୀୟ ଘଟଣା ଘଟିଲା,ତାକୁ କେହି ଠିକ୍ ବୋଲି କହିବେ ନାହିଁ । ତେବେ ଏଭଳି ଘଟଣା କାହିଁକି ଘଟିଲା ? ବିଜେପି ନେତା ବିଷ୍ଣୁ ସେଠୀ ଓ ଜୟନାରାୟଣ ମିଶ୍ରଙ୍କ କହିବା କଥା ବିନା ଆଲୋଚନାରେ ବିଲ୍ ପାସ କରିଥିବାରୁ ଏଭଳି ଘଟଣା ହେଲା । ବିନା ଆଲୋଚନାରେ ବିଲ ପାସ୍ ହେବା ଆଜିର ଘଟଣା ନୁହଁ । ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଶାସକ ଦଳ ନିଜ ମର୍ଜିରେ କରିବେ କିଛି ନୂଆ ନୁହଁ । ସବୁଠାରୁ ବଡକଥା ହେଲା ରାଜ୍ୟରେ ଥିବା ୨ ବିରୋଧି ବିଜେପି ଓ କଂଗ୍ରେସ ଦଳକୁ ଶାସକ ବିଜେଡି ଗୁରୁତ୍ବ ଦେଉ ନାହିଁ ଅବା ବିରୋଧି ଦଳ ଅଛି ବୋଲି ଭାବୁନାହିଁ ! ଆଜି ଯେଉଁ ଅଭିଯୋଗ ଆଣିଛି ବିଜେପି କି ଗୃହରେ ଆଲୋଚନା ନକରି ବିଲ୍ ପାସ୍ କରାଯାଉଛି । ସେଥିପାଇଁ ବିରୋଧି ଦଳର ନେତା ହିଁ ଦାୟୀ କାରଣ ରାଜ୍ୟରେ ଅନେକ ଦୁର୍ନୀତି ହୋଇଛି ଚିଟ୍ ଫଣ୍ଡ୍ ଠୁ ଆରମ୍ଭ କରି ଡାଲି, ନିଯୁକ୍ତି,ଜମି ଦୁର୍ନୀତି ହୋଇଛି ହେଲେ ସେ ସଂପର୍କରେ ବିରୋଧି ଦଳ ନିଜର ଭୂମିକା ନିର୍ବାହ କରିପାରୁ ନାହାନ୍ତି । ଯେଉଁଥି ପାଇଁ ଆଜି ଶାସକ ଦଳ ନିଜର ମର୍ଜିରେ ଗୃହ ଚଳାଉଛନ୍ତି । ବାସ୍ତବିକ ଏଥି ପାଇଁ ବିରୋଧି ଦଳ ହିଁ ଦାୟୀ । ନିଜର କର୍ତ୍ତବ୍ୟ ନକରି କିଛି ଆଶା କରିବାକୁ କଣ କୁହାଯାଇ ପାରେ । ଳୋକମାନଙ୍କ ଭିତରେ ଯେଉଁ ଧାରଣା ସୃଷ୍ଟି ହୋଇଛି କି କମ୍ପରମାଇଜ୍ ପଲିଟିକ୍ସ ? ସେହି ଧାରଣ ବିଧାନସଭାରେ ଦେଖିବାକୁ ମିଳୁଥିବା ରାଜନୈତିକ ସମୀକ୍ଷକ ମହଲରେ ମତ ପ୍ରକାଶ ପାଉଛି ।