ଭୁବନେଶ୍ବର,୭।୪: ଧର୍ମଶାଳାର କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହିଙ୍କ ଗୋଟିଏ ପ୍ରେସମିଟ୍ ରେ କଂଗ୍ରେସର ପୋଲ ଖୋଲିଯାଇଛି । କଂଗ୍ରେସ ମୁଖିଆ ନିରଜଂନ ପଟ୍ଟନାୟକଙ୍କ ବ୍ୟବସାୟିକ ପଲିଟିକ୍ସ ଆଜି ଧରାପଡିଯାଇଛି ! କିଏ ବିଜେଡିର ବି ଟିମ୍ ? ବିଜେପି ନା କଂଗ୍ରେସ ? ଅନେକ ସମୟରେ ବିଜେପି କଂଗ୍ରେସକୁ କଂଗ୍ରେସ ବିଜେପିକୁ ବିଜେଡିର ବି ଟିମ୍ ର ଆଖ୍ୟାଦେଇ କାଦୁଅ ଫିଙ୍ଗା ପଲିଟିକ୍ସ କରୁଥିବା ଦେଖିବାକୁ ମିଳୁଥିଲା । ଏବେ ଖୋଦ ୨୦୧୯ ନିର୍ବାଚନରେ ଧର୍ମଶାଳାରୁ କଂଗ୍ରେସର ପ୍ରାର୍ଥୀ ହୋଇଥିବା ସ୍ମୃତିରେଖା ପହି ବିଜେଡି ସହିତ କଂଗ୍ରେସର ଅଘୋଷିତ ମେଣ୍ଟ ଥିବା ଅନୁଭବ କରି କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଭିତରେ ଯେଉଁ ବିଚାର ଧାରା ଥିଲା ଏବେ ଆଉ ସେହି ବିଚାର ଧାରା ନାହିଁ । ଏବେ ଛଦ୍ମ ପଲିଟିକ୍ସ ଚାଲିଥିବା ସେ କହିଛନ୍ତି । ଧର୍ମଶାଳାରେ ଅନେକ ପ୍ରସଙ୍ଗ ସିଏ ସ୍ମିତାରାଣୀ ହତ୍ୟାକାଣ୍ଡ ଘଟଣା ହେଉ କି ବେଆଇନ ଖଣିଖାଦାନ ମାମଲାକୁ ନେଇ ସବୁବେଳେ ସ୍ବର ଉଠାଇଥିବା ବେଳେ ଦଳ ତାକୁ ସହଯୋଗ କରୁନାହିଁ । ବରଂ ପ୍ରସଙ୍ଗରେ ଚୁପ ରହିବାକୁ କୁହାଯାଉଛି । ଏଭଳି ଭିତରେ କଂଗ୍ରେସ ଶାସକ ଦଳ ସହିତ ଘନିଷ୍ଠ ସଂପର୍କ ଥିବା ସେ ଅନୁଭବ କରୁଥିବା କହିଛନ୍ତି । ମୁଁ ସବୁବେଳେ ଧର୍ମଶାଳା ଅଚଂଳର ଲୋକଙ୍କ ପାଇଁ କାର୍ଯ୍ଯକରୁଛି କରୁଥିବି । କିନ୍ତୁ ଅନ୍ୟାୟ ଓ ଦୁର୍ନୀତିରେ ଘେରିରହିଥିବା ବିଜେଡି ସହିତ ସାଲିସ କରିପାରିବି ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି । ଏବଂ ପିପିଲି ଉପନିର୍ବାଚନରେ ମଧ୍ୟ ବିଜେଡି ସହିତ କଂଗ୍ରେସ ଭିତିରି ବୁଝାମଣା କରିଥିବା କହିଛନ୍ତି ସ୍ମୃତିରେଖା ପହି । ବର୍ତମାନ ପରିସ୍ଥିତିରେ ରାଜ୍ୟ କଂଗ୍ରେସକୁ ଭରସା କରି ଦୁର୍ନୀତି ବିରୋଧରେ ଲଢିହେବ ନାହିଁ । ଧର୍ମଶାଳାବାସୀଙ୍କ ସ୍ବାର୍ଥପାଇଁ କଂଗ୍ରେସରୁ ଇସ୍ତଫା ଦେଇଥିବା କହିଛନ୍ତି । ସତରେ କଣ ରାଜ୍ୟ କଂଗ୍ରେସର ମୁଖିଆ ବିଜେଡି ସହିତ ସାଲିସ କରିଛନ୍ତି ? କଂଗ୍ରେସ କଣ ବାସ୍ତବରେ ବିଜେଡିର ବି ଟିମ୍ ? ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଚର୍ଚ୍ଚାର ବିଷୟ ବାଲଟିଥିବା ବେଳେ ପିସିସି ସଭାପତି ନିରଜଂନ ବାବୁ ହିଁ ଏହାର ଉତ୍ତର ଦେଇପାରିବେ ।

