ଭୁବନେଶ୍ବର,୨୭।୪: ଆମ ଦେଶର ନେତାମାନଙ୍କ ଆଚରଣ ଉଚ୍ଚାରଣ ଭାରି ବିଚିତ୍ର ! ସେମାନଙ୍କୁ ଯେଉଁକାର୍ଯ୍ୟ ସୁହାଇବ ସେଇଟା ଠିକ୍ । ମଝିରେ ପେସି ହେଉଛନ୍ତି ବିଚରା ଗରିବଲୋକ । ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ସମୟରେ ନେତା ମାଳମାଳ । କେବଳ ସ୍ଲୋଗାନ ଦିଆଗଲା କୋଭିଡ ଗାଇଡଲାଇନ୍ ମଧ୍ୟରେ ପାଳିତ ହେଲା ନିର୍ବାଚନୀ ସଭା ହେଲେ ବାସ୍ତବତା କଣ ତାହା ସମସ୍ତେ ଜାଣନ୍ତି ? କୋଭିଡ ସମୟରେ ନିର୍ବାଚନ ଆଜି କରୋନାର ଭୟାବହ ହେବାର ମୁଖ୍ୟ କାରଣ ବୋଲି ଆଲୋଚନା ହେଉଛି । ଯେହେତୁ ନିର୍ବାଚନରେ କ୍ଷମତା ହାସଲ କଥା ଉଠୁଛି ସେଠି କରୋନା କଥାର ମାନେ ନାହିଁ କାହିଁକି ନା ତାହା ନେତାଙ୍କର । ଯଦି ସେହି ସମୟରେ କୋଉ ଗରିବ ଲୋକଟା ଝିଅପୁଅ ବାହାଘର କରୁଛି ପ୍ରଶାସନ ତା ଉପରେ ଚଢାଉ କରି ମୋଟା ଅଙ୍କର ଫାଇନ ଆଦାୟ କରୁଛି । ସେଇଠି ନେତା କଲି ଲୀଳା ଜନତା କଲେ କୀଳା । କିଛିଦିନ ପୂର୍ବରୁ ଏ କଥାକୁ ନେଇ ସୋସିଆଲ ମିଡିଆରେ ରାଜନେତାଙ୍କ ନୀତିକୁ ନେଇ କଟୁ ସମାଲଚନା କରାଯାଇଥିଲା କି ନିର୍ବାଚନ ରାଲିକୁ କରୋନା ଯାଉନାହିଁ କିନ୍ତୁ ମନ୍ଦିରରେ ଗହଳି କଲେ କରୋନା । ଏଭଳି ଅନେକ କିଛି ସୋସିଆଲ ମିଡିଆ ଜରିଆରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ସମାଲୋଚନା କରାଯାଉଥିବା ଦେଖିବାକୁ ମିଳିଥିଲା । ଠିକ୍ ସମୟରେ ଚର୍ଚ୍ଚିତ ପଶ୍ଚିମବଙ୍ଗ ନିର୍ବାଚନ ସହିତ ରାଜ୍ୟରେ ପିପିଲି ଉପନିର୍ବାଚନ ପାଇଁ ଚାଲିଥିବା ପ୍ରଚାରକୁ ନେଇ ଏଭଳି ସମାଲୋଚନା କରାଯାଉଥିଲା । ଆଜି ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଏହା ଏକ ମୁଖ୍ୟ କାରଣ ବୋଲି କୁହାଯାଉଥିବା ବେଳେ ସେଥିପାଇଁ ରାଜନୈତିକ ଦଳର ନେତାମାନେ ହିଁ ଦାୟି ବୋଲି ଗାଁ ଠୁ ସହର ସବୁଠି ଚର୍ଚ୍ଚା ହେଉଛି ।

