ବୌଦ୍ଧ,୨୮।୪: ବୌଦ୍ଧ ଜିଲ୍ଲାର ବେସ ଚର୍ଚ୍ଚିତ ସ୍ଥାନ ହେଉଛି ବାଉଁଶୁଣୀ । ହେଲେ ଏଇଠି ନା ଅଛି ଶୌଚାଳୟ ନା ବସ୍ ଷ୍ଟାଣ୍ଡ ନା ଅଛି ପାନୀୟ ଜଳ ବ୍ୟବସ୍ଥା । ଏତେ ସବୁ ମୌଳିକ ସୁବିଧାରୁ ବଚିଂତ ଥାଇ ମଧ୍ୟ ଏ ସମସ୍ୟାର ସମାଧାନ ଉପରେ ନା ଜିଲ୍ଲା ପ୍ରଶାସନର ନଜର ଅଛି ନା ନେତା ମାନଙ୍କର ତଥାପି ଆମେ ଗାଉଛୁ ବିକାଶର ଗାଥା । ସୂଚନା ଥାଉ କି, ଦୀର୍ଘବର୍ଷ ଧରି ବାଉଁଶୁଣୀ ନାଗରିକ କମିଟୀ ତରଫରୁ ଲିଖିତ ଭାବରେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହୋଇପାରି ନାହିଁ ଯେଉଁଥି ଜନଅସନ୍ତୋଷ ଦେଖାଦେଇଛି । ଜନ ଅସନ୍ତୋଷ ଆକ୍ରୋଶରେ ପରିଣତ ହେବା ପୂର୍ବରୁ ଜିଲ୍ଲା ପ୍ରଶାସନ ବାଉଁଶୁଣୀ ଅଚଂଳର ମୌଳିକ ସମସ୍ୟା ସମାଧାନ କରିବାକୁ ଦାବୀ ହେଉଛି ।

