ବୌଦ୍ଧ,29।4: ବୌଦ୍ଧ ଜିଲ୍ଲାରେ ସଂକ୍ରିୟ ହେଉଛନ୍ତି ଜାଲ୍ ସାର୍ଟିଫିକେଟ୍ ଦଲାଲ । କିଛି ମାସ ପୂର୍ବରୁ ଜିଲ୍ଲାରେ ଜାଲ୍ OTET ସାର୍ଟିଫିକେଟ୍ ନେଇ ୪୦ ଶିକ୍ଷକଙ୍କ ଭବିଷ୍ୟତ ଅନ୍ଧାର ହୋଇଥିବା ବେଳେ ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ବିଇଡି ସାର୍ଟିଫିକେଟ୍ କରେଇ ଦେବା ନାରେ ୩୫ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ବାଉଁଶୁଣୀ ଥାନାରେ ଏକ ମାମଲା ରୁଜୁ ହୋଇଛି । ଅଭିଯୋଗକାରୀ ଗିରିଧାରି ମେହେର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ତାଙ୍କ ଝିଅକୁ ଅନଲାଇନ ଜରିଆରେ ବିଇଡି ପରୀକ୍ଷା କରେଇ ସାର୍ଟିଫିକେଟ୍ ଦିଆଯିବା ନେଇ ବଡବଡ ସ୍ବପ୍ନ ଦେଖାଇ ବାଉଁଶୁଣୀ ଗ୍ରାମର ନୀଳାମ୍ବାର ସାହୁ ଓ କିର୍ତ୍ତନ୍ୟ ସାହୁ ନାମକ ୨ଜଣ ବ୍ୟକ୍ତି ୩୫ ହଜାର ଟଙ୍କା ଠକି ନେଇଥିବା ବାଉଁଶୁଣୀ ଥାନାରେ କେସ ନଂ ୫୫/୨୬.୪.୨୧ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ତେବେ ଦିର୍ଘ ବର୍ଷ ହେବ ଜିଲ୍ଲାରେ ଶିକ୍ଷା ଦଲାଲ ମାନେ ସଂକ୍ରିୟ ରହିଥିବା ବେଳେ ଅନେକ ଛାତ୍ର ଏହି ଦଲାଲଙ୍କ ଜାଲରେ ଛନ୍ଦି ହୋଇ ସୁବିଧା ତଥା ବିନା ସୁତାରେ ପତାଙ୍ଗି ଉଡେଇବା ଚକ୍କରରେ ସାର୍ଟିଫିକେଟ୍ ହାସଲ କରିବା ନିଶାରେ ଠକାମିର ଶିକାର ହେଉଛନ୍ତି । ଏଭଳି ଦଲାଲ ମାନଙ୍କ ଠାରୁ ଦୂରେଇ ରହିବାକୁ ସମସ୍ତ ଯୁବ ପିଢି ସଚେତନ ହେବା ଆବଶ୍ୟକ ନଚେତ ସମୟ କୋଉ ମୋଡରେ ଠିଆ କରାଇବ ତାହା କେହି କହିପାରିବେ ନାହିଁ ।

