ସୂବର୍ଣ୍ଣପୁର,୩।୪: ବିକାଶ ନା'ରେ ଚାଲିଛି ପୁଳାପୁଳା ଦୁର୍ନୀତି । ତାହାବି ଖୁଲୁମଖୁଲା । ସରକାର କହୁଛନ୍ତି ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ । ଏଥି ପାଇଁ 5T ଠୁ ଆରମ୍ଭ କରି ଅନେକ ବ୍ୟବସ୍ତା କରିଛନ୍ତି । ହେଲେ ସବୁକିଛି ଫେଲ୍ । ସୋନପୁର ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡ ବି.ଏମପୁର ଅଞ୍ଚଳରେ ପୁଳାପୁଳା ଦୁର୍ନୀତି । ତସହିଲ୍ ଅଫିସ ଠୁ ଆରମ୍ଭ କରି CDPO ଅଫିସ ସବୁଠି ଦୁର୍ନୀତି ଚାଲିଛି । ନା ଶୁଣୁଛି ପ୍ରଶାସନ ନା ସ୍ଥାନୀୟ ଲୋକ ପ୍ରତିନିଧି । ତହସିଲ କାର୍ଯ୍ୟଳୟରେ ଜମି ମହାଘୋଟାଲା ହେଉଛି ଏବଂ ରେକର୍ଡ ମଧ୍ୟ ଗାଏବ୍ । ତଥାପି ପ୍ରଶାସନ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେଉନାହିଁ । ସେହିପରି ୨୦୧୬ ମସିହା ଠାରୁ କୁଞ୍ଜାପାଲି ସେଣ୍ଟର ପାଇଁ ଅଙ୍ଗନଓ୍ବାଡି ନିଯୁକ୍ତିରେ ବଡ ଘୋଟାଲା ହୋଇଛି । ଏଥିରେ ପ୍ରଶାସନ ଚୁପ୍ । ସଭାସମିତିରେ ବ୍ୟସ୍ତ ରହୁଥିବା ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପଦ୍ମନାଭ ବେହେରା ଏ ଦୁର୍ନୀତି ସଂପର୍କରେ କେବେ ମୁହଁ ଖୋଲୁନାହାନ୍ତି । ତାହେଲେ କୁହାଯାଇ ପାରିବ କି ଏଥିରେ ନେତାଙ୍କ ହାତ ରହିଛି ବୋଲି ? ଶୁଣାଯାଏ ନିଯୁକ୍ତି ସମୟରେ ଥିବା CDPO ମିଶ୍ର ମ୍ୟାଡମ୍ ବିଧାୟକଙ୍କ ଖାସ ବୋଲି କଥାଟା ଯଦି ସତହୋଇଥାଏ ତାହେଲେ ସେଥିପାଇଁ ନିଯୁକ୍ତି ଘୋଟାଲାକୁ ଚପେଇ ଦିଆଯାଇଛି କି ? ଏମିତି ଅନେକ କଥା ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ପ୍ରଶାସନ ଓ ନେତା ଏ ସଂପର୍କରେ କେବେ ମୁହଁ ଖୋଲୁଛନ୍ତି ଓ ଜମି ଓ ଅଙ୍ଗନଓ୍ବାଡି ନିଯୁକ୍ତି ଦୁର୍ନୀତିରେ ସଂପୃକ ଥିବା ଅଧିକାରୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ନେଇ ନିଜର ସ୍ବଚ୍ଛତା ଦେଖାଉଛନ୍ତି ତାହା ସମୟ ଆସିଲେ ଜଣାପଡିବ ।

