TOP NEWS

6/recent/ticker-posts

ପରଲୋକରେ ବରିଷ୍ଠ ସାମ୍ବାଦିକ ରୋହିତ ସରଦାନା


ନୂଆଦିଲ୍ଲୀ,୩୦।୪: ପରଲୋକରେ ବରିଷ୍ଠ ସାମ୍ବାଦିକ ରୋହିତ ସରଦାନା । ଆଜ୍ ତକ୍ ନ୍ୟୁଜ ଚ୍ୟାନେଲର ନ୍ୟୁଜ ଆଙ୍କର ରୋହିତ ସରଦାନାଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଏ ନେଇ ବରିଷ୍ଠ ସାମ୍ବାଦିକ ସୁଧିର ଚୌଧୁରୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଆଜତକ୍ ର ଦଙ୍ଗଲ କାର୍ଯ୍ୟକ୍ରମ ଯୋଗୁଁ ସେ ବେସ ଲୋକପ୍ରିୟ ହୋଇପାରିଥିଲେ । ତାଙ୍କର ମୃତ୍ୟୁର ଖବର ସାମ୍ନାକୁ ଆସିବା ପରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।