TOP NEWS

6/recent/ticker-posts

ମନ୍ତ୍ରୀ ଅରୁଣ ସାହୁଙ୍କ ହସହସ ମୁହଁରେ ରହିଛି..


ନୟାଗଡ,୩।୪: ଯିଏ ଆମ ବିରୋଧରେ କହିବ ତାକୁ ଦଳିଦିଅ ! ଆଜିର ରାଜନୀତିରେ ଇଏ ହେଉଛି ରାଜନେତାଙ୍କ ଆଚରଣ ଓ ଉଚାରଣ । ସତ ପାଇଁ ମୁହଁ ଖୋଲିଲି ବୋଲି ଆଜି ଆକ୍ରୋଶର ଶିକାର । ଆମେ କହୁଛୁ ନୟଗଡ ଜିଲ୍ଲା ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତର ସରପଞ୍ଚ ସୌମ୍ୟରଂଜନ ପ୍ରଧାନଙ୍କ କଥା । ପରୀ ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ଅଭିଯୋଗ କଲେ ବୋଲି ଆଜି ଅନାସ୍ଥା ପ୍ରସ୍ଥାବ ଆସିଛି ସରପଞ୍ଚ ସୌମ୍ୟଙ୍କ ନାରେ । ମନ୍ତ୍ରୀ ଏମିତି କରି ଗଣତନ୍ତ୍ର ନାରେ ନିଜର ଅରାଜକତା କରିବାକୁ ଚେଷ୍ଠା କରୁଥିବା ସାଧାରଣରେ ଆଲୋଚନା ହେଉଛି । ମିଳିଥିବା ଖବର ଅନୁସାରେ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଓ୍ବାର୍ଡ ସଭ୍ୟମାନେ ସରପଞ୍ଚଙ୍କ ନାରେ ଅନାସ୍ଥା ପ୍ରସ୍ଥାବ ଆଣିଛନ୍ତି । ୧୫ଜଣ ଓ୍ବାର୍ଡ ସଭ୍ୟ ମଧ୍ୟରୁ ୧୩ଜଣ ପ୍ରସ୍ତାବରେ ଦସ୍ତଖତ କରି ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିବା ଜଣାପଡିଛି । ତେବେ ଆସନ୍ତା ୨୦ ତାରିଖରେ ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଭୋଟ ଗ୍ରହଣ ହେବା ନେଇ ସରପଞ୍ଚଙ୍କୁ ଚିଠି ଲେଖିଛନ୍ତି ଉପଜିଲ୍ଲାପାଳ । ସୋସିଆଲ ମିଡିଆରେ ଗାନ୍ଧିବାଦୀ ଦେଖାଉଥିବା ମନ୍ତ୍ରୀ ଅରୁଣ ସାହୁଙ୍କ ଅସଲି ଚେହେରା କଣ ଏୟା ? ପରୀକୁ ନ୍ୟାୟ ଦେବା ବଦଳରେ ପରୀକୁ ନ୍ୟାୟ ପାଇଁ ସଂଗ୍ରାମ କରୁଥିବା ସରପଞ୍ଚଙ୍କ ବିରୋଧରେ ଆକ୍ରୋଶ ଦେଖାଇ ନିଜର ଔକାତ ଦେଖାଉଛନ୍ତି ବୋଲି ଜିଲ୍ଲାରେ ଚର୍ଚ୍ଚା ହେଉଛି ।