ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିବା ଘଟଣାକୁ ନେଇ କଣ କହୁଛି ଜନମତ ?
April 04, 2021

ଭୁବନେଶ୍ବର,୪।୪: ଗତ କାଲି ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିବା ଘଟଣାକୁ ନେଇ ସୋସିଆଲ ମିଡିଆରେ ବେସ ତର୍କ ବିତର୍କ ଚାଲିଛି । ସବୁଠାରୁ ବଡକଥା ଶାସକ ବିଜେଡି ଦଳ ବିରୋଧି ବିଜେପିକୁ ଭିଲିଆନ୍ ସଜାଇବାକୁ ଚେଷ୍ଟା କରୁଥିବା ବେଳେ ବିଜେପି ଗଣତନ୍ତ୍ରର ଦ୍ବାହିଦେଇ ଖସିବାକୁ ଚେଷ୍ଟାକରୁଛି । ସେ ଯାହା ହେଲା ଗଣତନ୍ତ୍ରରେ ଗ୍ରହଣୀୟ ନୁହଁ । କିନ୍ତୁ ଶାସକ ଦଳର ମେରୀରାୟ ନୀତିରେ ବିନା ଆଲୋଚନାରେ ବିଲ ପାସ୍ କରିବା ଉଚିତ୍ ନୁହଁ । ଏ ସବୁ ଭିତରେ ନବୀନ ପଟ୍ଟନାୟକ ଫେନ କ୍ଲବ ଓ ନନ୍ଦିଘୋଷ ଟିଭି ପକ୍ଷରୁ ସୋସିଆଲ ମିଡିଆ ସାଇଟ୍ ରେ ନନ୍ଦିଘୋଷ ଟିଭିର ଏକ ଜନମତ ସର୍ଭେ ବ୍ୟାନର ଘୁରି ବୁଲୁଛି । ଏବଂ କୁହାଯାଉଛି ଉତ୍ତର ହଁ କିମ୍ବା ନାରେ ଦେବାକୁ । ସେଥିରେ ଅନେକ ଲୋକଙ୍କ ମତ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଶ୍ରୀ ବିବେକ ଭଦ୍ରକିଆ ନିଜ ମତରେ ଲେଖିଛନ୍ତ କି ପବିତ୍ର ଗୃହ ହେଇ ରହିଛି ଯେ ବର୍ତ୍ତମାନ ଅପବିତ୍ର ହେଇଗଲା ! ଯଦି ଏଇଟା ପବିତ୍ର ଗୃହ ହେଇ ଅଛି ତା ହେଲେ ପାପ ଧୁଆ ଘର କଣ ପାଇଁ ହେଇଛି ! ଯଦି ଗଣତନ୍ତ୍ର ରେ ଚପଲ,ପେନ୍ ଭିଙ୍ଗିବା ମର୍ଯ୍ୟାଦା ହାନୀ ତା ହେଲେ ସତ୍ୟ କୁ ଚାପିବା, ବଳ ପୂର୍ବକ କ୍ଷମତା ର ଅପବ୍ୟବହାର କରିବା, ବାଚସ୍ପତି ଦଳୀୟ ଢୋଲ ହୋଇ ବାଜିବା କେଉଁ ମର୍ଯ୍ୟାଦା କି ? ତେଣୁ ମର୍ଯ୍ୟାଦା ଭଙ୍ଗା ର ଅନେକ ଫର୍ଦ୍ଦ ସରକାର ଆଗରୁ ଯୋଡ଼ି ସାରିଛନ୍ତି ଏମାନଙ୍କର ଗୋଟେ ଧାଡ଼ି ପାଇଁ ଏତେ ଆକ୍ରୋଶ କଣ ପାଇଁ ? ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ବାସୁଦେବ ତ୍ରିପାଠୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଧାନସଭା ଆସୁନାହାନ୍ତି ଫଳରେ ଗୃହ ଚାଲିବାରେ ବିଶୃଙ୍ଖଳା ସୃଷ୍ଟି ହେଉଛି । ସୁବାସ ମିଶ୍ର ଲେଖିଛନ୍ତ ଇଏ ଭଳି ଏକ ପବିତ୍ର ଗୃହରେ ଚପଲ ପିଙ୍ଗା ଶୋଭା ଦେଉନାହିଁ |ଇଏ ଭଳି ଆଚରଣ କରୁଥିବା ବ୍ୟକ୍ତି କୁ ଗୃହରୁ ସସ୍ପେଣ୍ଡ କରିବା ଉଚିତ |ଏହା ଏକ କଳଙ୍କିତ ଅଧ୍ୟାୟ । 2004 ମସିହା ପରେ ଏହା ପ୍ରଥମ ଘଟଣା ତାହା ପୁଣି ଏକ ଜାତୀୟ ଦଳ ଦ୍ଵାରା ବୋଲି କହିଛନ୍ତି । ଏଭଳି ଅନେକ ସପକ୍ଷରେ ଏବଂ ବିରୋଧରେ ମତ ରଖିଥିବା ଦେଖିବାକୁ ମିଳିଛି । କିଛି ଲୋକ ପରାମର୍ଶ ମଧ୍ୟ ଦେଇଛନ୍ତି ।