TOP NEWS

6/recent/ticker-posts

କର୍ଫ୍ୟୁକୁ ନେଇ କନଫ୍ୟୁଜନ୍ !


ଭୁବନେଶ୍ବର,୫।୪: ସଚିବ ଗୋଟିଏ କଥା କହୁଥିବା ବେଳେ ବାଚସ୍ପତି ଗୋଟିଏ କଥା କହୁଛନ୍ତି । ପୂର୍ବରୁ ଅନେକ ପ୍ରସଙ୍ଗରେ ଏଭଳି ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ମିଳିଛି । ମନ୍ତ୍ରୀ ଗୋଟିଏ କଥା କହୁନ୍ତି ସଚିବ ଗୋଟିଏ କଥା । ନାନାମୁନିଙ୍କ ନାନା ମତ ହିସାବରେ ଶାସନ ବ୍ୟବସ୍ତା ଚାଲିଛି ବୋଲି ଆଲୋଚନା ହେଉଛି । ନେତା ଓ ସଚିବ ସମସ୍ତେ କହୁଛନ୍ତି କୋଭିଡ ପରିସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ନିଜେ ନଜର ରଖିଛନ୍ତି ବୋଲି କହୁଛନ୍ତୁ । ପୁଣି ଭିନ୍ନ ଭିନ୍ନ ମତ ଶୁଣି ଦ୍ବନ୍ଦରେ ଜନତା । ରାଜ୍ୟରେ କୋଭିଡ ପରିସ୍ଥିତି ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ରାଜ୍ୟର ୧୦ଟି ଜିଲ୍ଲାରେ ଆଜି ଠାରୁ ନାଇଟ କର୍ଫ୍ୟୁ ଲାଗୁଥିବା ବେଳେ ଦିନ କର୍ଫ୍ୟୁକୁ ନେଇ ଗତକାଲି ରିଲିଫ କମିଶନର୍ ପ୍ରଦୀପ କୁମାର ଜେନା ରାଜ୍ୟରେ ଦିନବେଳା କର୍ଫ୍ଯୁ ଲାଗୁ ହେବ ନାହିଁ ବୋଲି କହୁଛନ୍ତି । ଅନ୍ୟପଟେ ବାଚସ୍ପତି ଆଗାମୀ ଦିନରେ ଦିନବେଳା ମଧ୍ୟ କର୍ଫ୍ୟୁ ଲାଗୁ ହୋଇପାରେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସଚିବ ଓ ବାଚସ୍ପତିଙ୍କ କର୍ଫ୍ୟୁକୁ ନେଇ ପ୍ରକାଶ ପାଉଥିବା ଭିନ୍ନ ଭିନ୍ନ ମତକୁ ନେଇ ସାଧାରଣରେ ବେସ ଚର୍ଚ୍ଚା ହେଉଛି ।