TOP NEWS

6/recent/ticker-posts

ମୋ ବିଚାର:ସ୍ବାର୍ଥ ପାଇଁ ସବୁ ନାଟ !


ଆଜିର ଦିନରେ ସମାଜ ଏତେ ପରିମାଣରେ କଳୁସିତ ହୋଇଗଲାଣି କି ବିନା ସ୍ୱାର୍ଥରେ କିଛି ବି କାର୍ଯ୍ୟକରିବାକୁ ଲୋକମାନେ ନାରାଜ । ଯଦି ସମାଜକୁ ଭଲଭାବରେ ନିରେଖି ଦେଖିବା ଭଲଲୋକ ତଥା ନିସ୍ୱାର୍ଥପର ଲୋକଙ୍କ ସଂଖ୍ୟା ଅତି ନଗନ୍ୟ । ଭାଗବତରେ ଗୋଟିଏ ପଦ ଅଛି ‘ ଅନେକ ଜନ୍ମ ତପ ବଳେ ମାନବ ଜନ୍ମ ମହିତଳେ କେତେ ଯେ ଜନ୍ମର ତପକୁ ଫଳ ସ୍ୱରୂପ ସଞ୍ଚୟ ରଖି ଆଜି ମାନବ ଜନ୍ମ ନେଇଛି । ହେଲେ ମଣିଷ ଆଜି ସେସବୁ ଭୁଲିଯାଇ ମରିଚିକା ପଛେ ଧାଇଁ ବୁଲୁଛି । ନିଜର ମାନବିକତା କଥା ଭୁଲିଯାଇ ଏସ, ଆରାମରେ ବଞ୍ଚିବାକୁ ପ୍ରୟାସ ଜାରି ରଖିଚି । ଯଦି କେତେବେଳେ କୌଣସି ସ୍ଥାନରେ ସେବାର ବିଷୟ ଆଲୋଚନା ପଡେ ସେତେବେଳେ ଲୋକ ଦେଖାଣିଆ ଭାବେ ଆଜିର ମଣିଷ ନି ସ୍ୱାର୍ଥ ପର ସେବାକଥା କହିବା ଆରମ୍ଭ କରେ । ହେଲେ ଆଜିର ମଣିଷ ସମାଜ କହିବା ଓ କରିବାରେ କେତେ ପ୍ରଯତ୍ନ ତାହା ବି ଲୋକମାନଙ୍କୁ ବେସ ଭଲଭାବରେ ଜଣା । ସମାଜରେ ସେବାର ସଜ୍ଞା ଆଜି ବଦଳି ଯାଇଛି । ଦିନ ଥିଲା ମାନବ ସେବା ମାଧବ ସେବା ବୋଲି କହୁଥିଲେ ଏବଂ ଏହି ସେବା କରି ପୂଣ୍ୟ ଅର୍ଜନ କଥା ଚିନ୍ତାକରୁଥିଲା କିନ୍ତୁ ଆଜି ପ୍ରାୟ ମାତ୍ରାଧିକ ଲୋକ ସେବାର ଅର୍ଥକୁ ଅନର୍ଥ କରୁଛନ୍ତି । ଧର୍ମକଲେ କର୍ମ ବୁଡିବା କଥା କହିବାକୁ ପଛାଉନାହାନ୍ତି । ବଡ ଚିନ୍ତାର ବିଷୟ ଆଜିର ଏ ମଣିଷ ଦିଗ ହରା କାହିକି ? ଆଜିର ଦୁନିଆଁରେ ଗୁରୁ ଶିଷ୍ୟର ପରମ୍ପରା ବଦଳି ଯାଇଛି , ଗୁରୁଜନ ମାନଙ୍କୁ ସମ୍ମାନକଥା ହେଉ କି ପିତା ମାତାଙ୍କୁ ସମ୍ମାନ କଥା ହେଉ ସବୁଥିରେ ବିପରିତ ଦେଖିବାକୁ ମିଳୁଛି । ଅତି ସାଧାରଣ କଥା, ଚିନ୍ତାଯଦି କରିବା ତାହେଲେ ଆମେ ସଂସାରରେ ଥିବା ବୃକ୍ଷର ମଧ୍ୟ ସମକକ୍ଷ ନୋହୁ । କାହିଁକି ନା ବୃକ୍ଷଟିଏ ଆମକୁ ଛାଇ ଦେଲା , ଫଳଦେଲା , ଫୁଲଦେଲା ଆମର ସମସ୍ତ କାର୍ଯ୍ୟରେ ତାରି । ଆବଶ୍ୟକତାକୁ ଲକ୍ଷ୍ୟ କରିବା ଆମେ  ତାହେଲେ ସତ୍ରୁ ମିତ୍ର କାହାରିକୁ କିଛି ନଭାବି ସମସ୍ତଙ୍କୁ ସ୍ଥାନ ଦେଲା ବୃକ୍ଷ ତାରି କର୍ତ୍ତବ୍ୟ କରିଚାଲିଛି ନିରନ୍ତର ଭାବରେ । ନା ତାପାଖରେ ଅଛି ଭେଦ ବିଚାର ନା ଭେଦ ଭାବ ନିସ୍ୱାର୍ଥପର ସେବା ଭାବରେ କରିଚାଲିଛି ନିଜର ଧର୍ମ । ହେଲେ ମାନବ ସମାଜ ନିଜର ଧର୍ମ କଥା ଆଜି ଭୁଲିଯାଇଛି । ମାନବ ଧର୍ମ କଣ ? ତାହା ଆଜିର ସମାଜ ଭୂଲିଯାଇ ବିପଥଗାମୀ ହେବାରେ ଲାଗିଛି । ସମାଜରେ ସମସ୍ତେ ଯେ ସେବା କଥା | ଭୁଲିଯାଇଛନ୍ତି ତାହା ନୁହେଁ । ମୋ ବିଚାର ରେ ସମସ୍ତେ ଯେ ସେବାର ସଂଗ୍ୟା ଭୂଲିଯାଇଛନ୍ତି ବୋଲି ଭାବିବା ମଧ୍ୟ ଠିକ ନୁହେଁ । ଆଜିବି ଲୋକ ଅଛନ୍ତି କି ଯେ କୌଣସି କାର୍ଯ୍ୟ କଲେ ମଧ୍ୟ ନିସ୍ୱାର୍ଥ ପର ଭାବରେ କାର୍ଯ୍ୟ କରିଥାନ୍ତି । ହେଲେ ସେପରି ଲୋକଙ୍କ ସଂଖ୍ୟା ଆଜିର ଦୁନିଆଁରେ ଅତି ନଗନ୍ୟ । ସରକାର ମଧ୍ୟ ଚାହୁନାହାନ୍ତି ସମାଜ ଭିତରେ ସଂସ୍କାର ଆସୁ କାରଣ ସେ ସ୍ବାର୍ଥ ! କେମିତି କଳ,ବଳ ଛଳରେ ନିର୍ବାଚନ ଜିତିବା ଆଉ କ୍ଷମତା ହାସଲ କରିବା ହେଉଛି ପ୍ରତ୍ୟକ ରାଜନୈତିକ ଦଳ ମାନଙ୍କର ଉର୍ଦ୍ଦେଶ୍ୟ ହୋଇନାହିଁ କି? ଯେତେ ବେଳେ ପିଲାଟିଏ ଧରା ପୃଷ୍ଠରେ ଜନ୍ମ ଗ୍ରହଣ କରିଥାଏ ନା ସେତେବେଳେ କୋମଳ ଶିଶୁର ସେବା ମା କେଡେ ଯତ୍ନରେ କରିଥାଏ ହେଲେ ପିଲା ଯେତେବେଳେ ବଡହୋଇଯାଏ । ତାର ମା ବାପାଙ୍କ ବୃଦ୍ଧା ଅବସ୍ତା , ଆସି ଯାଇଥାଏ ସେତେବେଳେ ଆଜିର ମଣିଷ ବୃଦ୍ଧା ମା ବାପାର ସେବା କରିବା ବଦଳରେ କୋଉ ଆଶ୍ରମରେ ଛାଡିଦେଇ ଥାଏ । କିମ୍ବା ଅଣଦେଖା କରି ଗୋଡରେ ଆଡେଇ ଚାଲିଯାଇଥାଏ । । ଏଇଟା କଣ ଆଜିର ସମାଜରେ ସେବା ସଂଜ୍ଞାର ଅର୍ଥ ? ଯଦି ସମାଜ ଆଜି ବିପଥ ଗାମି ସେଥିପାଇଁ ଦାୟୀ କିଏ ? ଏହାର ଉତ୍ତର କିଏ ଦେବ ? ( ଆସ ମିଳିମିଶି ସଂକଳ୍ପ ନେବା ମାନବିକତାକୁ ଆଗେ ଶିଖିବା ଭାରତ ମାତାର ସେବା କରିବା ) ,