TOP NEWS

6/recent/ticker-posts

ରାଜ୍ୟରେ କାଳିଆ ଲହର:କର୍ମୀ ମାଲାମାଲ,ଚାଷୀ ବେହାଲ୍


ଭୁବନେଶ୍ବର,୨।୪: ଓଡିଶା ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ ମାନଙ୍କୁ ବଡ ଭେଟି ଦେଇଛନ୍ତି କାଳିଆ ଟଙ୍କା । ରାଜ୍ୟର ୩୪ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଦେଇଛନ୍ତି ୬୯୩କୋଟି ୯୪ ଲକ୍ଷ ଟଙ୍କା । ହେଲେ ଚାଷୀଙ୍କୁ ସହାୟତାର ହାତ ବଢାଇଲେ ଠିକ୍ କଥା । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ୨୦୨୦ ମସିହାରେ ଚାଷୀଙ୍କୁ କେତେ କାଳିଆ ଟଙ୍କା ଦିଆ ହୋଇଛି ? ବାସ୍ତବରେ କାଳିଆ ହିତାଧିକାରୀ ତାଲିକାରେ ଚାଷୀ ଅଛନ୍ତି ନା' ଦଳିୟ କର୍ମୀ ଅଛନ୍ତି । ତାହା ସ୍ପଷ୍ଟ ନାହିଁ । ଆରମ୍ଭରୁ ବିରୋଧି ବିଜେପି ଓ କଂଗ୍ରେସ ଅଭିଯୋଗ କରିଆସୁଛନ୍ତି କି ରାଜ୍ୟରେ ଥିବା ପ୍ରକୃତ ଚାଷୀ କାଳିଆ ଯୋଜନାରୁ ବଚିଂତ ରହିଥିବା ବେଳେ ଦଳିୟ ଲୋକ ଉପକୃତ ହେଉଛନ୍ତି । ତେବେ ବିରୋଧି ଦଳ କରିଥିବା ଅଭିଯୋଗ ଉପରେ ସରକାର ତର୍ଜମା କରି ଉପଯୁକ୍ତ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯାଇଛି କି ? ଏମିତି ଅନେକ ପ୍ରଶ୍ନ ଭିତରେ କାଳିଆ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ସରକାରଙ୍କ ଉଦ୍ଧେଶ୍ୟ ଚାଷୀଙ୍କ ବିକାଶ ନୁହଁ କେବଳ ଭୋଟ ରାଜନୀତି ବୋଲି ବିରୋଧି ଅଭିଯୋଗ କରିଆସିଛନ୍ତି । ଏଭଳି କ୍ଷେତ୍ରରେ ବିକାଶର ବାସ୍ତବତା ଯେ କେତେ ଦୂର ତାହା ବେସ ଜଣାପଡୁଛି । ସେ ଯାହାବି ହେଉ ରାଜ୍ୟ ସରକାରଙ୍କ କାଳି ଆ ଯୋଜନା ସକରାତ୍ମକ ହେଉ ଅବା ନକରାତ୍ମକ ଭାବରେ ହେଉ ରାଜ୍ୟରେ ବେସ ଚର୍ଚ୍ଚିତ ଏହାକୁ ସ୍ବୀକାର କରିବାକୁ ପଡିବ ।