TOP NEWS

6/recent/ticker-posts

ଘର ମୁରବି ଚାହିଁଲେ ଘର ଭିତରେ ପ୍ରବେଶ କରି ପାରିବନି କରୋନା!


ଭୁବନେଶ୍ବର,୩୦।୪: ସବୁ କଥାକୁ ହାଲକା ଭାବରେ ଗ୍ରହଣ କରିବା ସମାଜ ପାଇଁ ବିପଦ ନୁହଁ କି ? ଆଜି ଏକଥା କାହିଁକି ଉଠୁଛି, ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ସେହି କ୍ରମରେ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବଢି ଚାଲିଛି । ଏଭଳି ପରିସ୍ଥିତିରେ ଦେଶର ମାତ୍ରାଧିକ ଜନତା କିନ୍ତୁ ବେଫିକର ହୋଇ ବୁଲୁଛନ୍ତି । ନା ମୁହଁରେ ମାକ୍ସ ପିନ୍ଧୁଛନ୍ତି, ନା ହାତ ସଫା କରୁଛନ୍ତି । ବାସ୍ତବ କଥା ହେଲା ସରକାରଙ୍କ କୋଭିଡ ନିୟମ ମାନିବାକୁ ଲୋକେ ନାରାଜ୍ । ହେଲେ ଲୋକ ବୁଝିପାରୁ ନାହାନ୍ତି ଏ ଅବହେଳା ଦିନେ ନିଜ ସଂସାର ଉଜାଡି ଦେବ ! ଏକଥାକୁ ସମସ୍ତେ ଚିନ୍ତା କରିବା କଥା । ନିଜ ପାଇଁ ନହେଲେ ନାହିଁ । ଘରେ ଥିବା ନିଜ ପିଲାଛୁଆ, ବୃଦ୍ଧ ବାପା ମାଙ୍କ କଥା ଥରେ ଚିନ୍ତାକରନ୍ତୁ । ଭାବନ୍ତୁ ନିଜର ଟିକିଏ ଭୂଲ ପାଇଁ ପରିବାରର ଅବସ୍ତା କଣ ହେବ ? ଲୋକଙ୍କ ମନରେ ଏଭଳି ଚିନ୍ତାଧାରା ଯେପର୍ଯ୍ୟନ୍ତ ଆସି ନାହିଁ ସେତେ ଦିନ ପର୍ଯ୍ୟନ୍ତ କରୋନା ସଂକ୍ରମଣକୁ ରୋକାଯାଇ ପାରିବ ନାହିଁ । ଏଥି ପାଇଁ ସମସ୍ତଙ୍କୁ ନିବେଦନ ମୁହଁରେ ମାକ୍ସ୍ ବ୍ୟବହାର କରନ୍ତୁ । ସଚେତନ ହୁଅନ୍ତୁ କରୋନାକୁ ଘର ଭିତରକୁ ଆସିବାକୁ ଦିଅନ୍ତୁ ନାହିଁ ।