ଭୁବନେଶ୍ବର,୩।୪: ଆଜି ବିଧାନସଭାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୃହରେ ଲୋକାୟୁକ୍ତ ସଂଶୋଧନ ବିଲ୍ କୁ ନେଇ ଗୃହରେ ହୋ ହାଲ୍ଲା ହୋଇଥିଲା । ଏହି ହୋ ହାଲ୍ଲା ଭିତରେ ବାଚସ୍ପତିଙ୍କ ଉପରକୁ ବିରୋଧି ଦଳର ନେତା ବିଷ୍ଣୁ ସେଠୀ ଓ ଜୟନାରାୟଣ ମିଶ୍ର ଚପଲ ଫିଙ୍ଗିଥିବା କୁହାଯାଉଛି । ତେବେ ପବିତ୍ର ଗୃହ ବିଧାନସଭାରେ ଏଭଳି ଘଟଣା ଦୁର୍ଭାଗ୍ଯ ଜନକ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଉଛି । ତେବେ କଂଗ୍ରେସ ନେତା ନରସିଂହ ମିଶ୍ର ଏହାକୁ ନିନ୍ଦା କରିଛନ୍ତି । ତେବେ ବିନା ଆଲୋଚନାରେ ବିଲ୍ ପାସ୍ କରିଥିବାରୁ ବିରୋଧି ନେତା ବିରୋଧ କରିଥିଲେ । ବିରୋଧି ଦଳର ନେତାଙ୍କୁ କହିବାର ସୁଯୋଗ ଦିଆଯାଇନଥିବା ଅଭିଯୋଗ କରିଛି ବିଜେପି । ତେବେ ବିଧାନସଭା ଭଳି ମନ୍ଦିର ଭିତରେ ଗାରିମା ନରଖି ଏଭଳି ଚପଲ ଫିଙ୍ଗା ପ୍ରତିବାଦକୁ କେହିବି ଗ୍ରହଣ କରିବେ ନାହିଁ ସତ, କିନ୍ତୁ ସମସ୍ତଙ୍କୁ ନେଇ ବିଧାନସଭା ପରିଚାଳନା କରିବା ବାଚସ୍ପତିଙ୍କ ଦାୟିତ୍ବ ।

