TOP NEWS

6/recent/ticker-posts

ବଡ ମେଡିକାଲରେ ଦଲାଲି:୬ ଗିରଫ


କଟକ,୨।୪: କଟକ ବଡ ମେଡିକାଲରେ ଦଲାଲରାଜ୍ । ଆଜି ସେହି ଦଲାଲମାନେ ପଡିଛନ୍ତି ପୋଲିସ ହାବୁଡରେ । ଏସିବି ମେଡିକାଲକୁ ଆସୁଥିବା ରୋଗୀଙ୍କୁ ଘରୋଇ ମେଡିକାଲକୁ ପଠାଉଥିବା ଅଭିଯୋଗରେ ୬ ଦଲାଲଙ୍କୁ ଗିରଫ କରିଛି ପୋଲିସ । ଆଶ୍ଚର୍ଯ୍ୟର କଥା ଏଥିରେ ମେଡିକାର ୨ କର୍ମଚାରୀ ସମେତ ୪ଜଣ ଆମ୍ବୁଲାନ୍ସ ଡ୍ରାଇଭର ରହିଥିବା ଜଣାପଡିଛି । ତେବେ ଏହି ରାକେଟ୍ ପଛରେ ଡାକ୍ତର ମାନଙ୍କର ସଂପୃକ୍ତି ମଧ୍ୟ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ହେଲେ ଆଗକୁ ଦେଖିବାର ଅଛି ସେ ରାକେଟ୍ ପଛର ଖଳନାୟକ ପାଖରେ ପୋଲିସ କେବେ ପହଚୁଂଛି ।