ଭୁବନେଶ୍ବର,୮।୪: ଓଡିଶାର ବାଜିଗର ବନିଛନ୍ତି ନବୀନ ! ଏଭଳି କାହିଁକି କୁହାଯାଉଛି । କାରଣ ହେଲା ଦିର୍ଘ ୨୦ବର୍ଷ ପରେ ମଧ୍ୟ ନବୀନଙ୍କ ଶାସନରେ କଳାଦାଗ ଲଗେଇପାରି ନାହିଁ ବିରୋଧି । ତାମାନେ ନୁହଁ କି ମୁଖ୍ୟମନ୍ତ୍ରୀ ସ୍ବଚ୍ଛ ! କିନ୍ତୁ ଦିର୍ଘବର୍ଷ ଧରି ରାଜ୍ୟରେ ଅନେକ ବଡ ବଡ ଦୁର୍ନୀତି ହୋଇଛି । ସିଏ ରାଜଧାନୀ ଉପରେ ଜମିଘୋଟାଲା ହେଉ କି ଡାଲି ଦୁର୍ନୀତି ଏମିତି ଚିଟଫଣ୍ଡ ଠୁ ଆରମ୍ଭ କରି ଖଣି ଘୋଟାଲା ଭଳି ବଡବଡ ଘୋଟାଲା ରହିଛି । ହେଲେ ଏତେ ସବୁ ପରେ ମଧ୍ୟ ବିଜେଡି ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ତାର କୌଣସି ପ୍ରଭାବ ପକାଇ ପାରି ନାହିଁ । ଏତେସବୁ ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ଗୋଟିଚାଲଣା ଯୋଗୁଁ ରାଜ୍ୟରେ ଥିବା ୨ବିରୋଧି ଦଳ ବିଜେପି ଓ କଂଗ୍ରେସ ପ୍ରାୟ ସୁପ୍ତ ପଡିରହିଛନ୍ତି । ଦଳ କଥାଛାଡନ୍ତୁ ଯିଏଯାର ସ୍ବାସ୍ଥ୍ୟ ହାସଲ କରିବାରେ ବ୍ୟସ୍ତ । ହଁ ହୁଏତ ପ୍ରଧାନମନ୍ତ୍ରୀଙ୍କ ଲୋକ ପ୍ରିୟତାକୁ ପାଥେୟକରି ବିଜେପି ରାଜ୍ୟରେ ହୋହାଲ୍ଲା କରୁଛି । ତଥାପି ଦଳ ଭିତରେ ଥିବା ଗୋଷ୍ଠୀ ବିବାଦ ଓ ମେରୀରାୟ ନୀତି ଯୋଗୁଁ ଦଳ ଆଗକୁ ଯାଇପାରୁ ନାହିଁ । ବିଜେପି ଉପର ଠାଉରିଆ ଭାବରେ ବିଜେଡିକୁ ବିରୋଧ କରୁଛନ୍ତି । ବେଳେବେଳେ ନବୀନଙ୍କ କାର୍ଯ୍ୟକୁ ପ୍ରଶଂସାରେ ପୋତି ପକାଉଛନ୍ତି କେନ୍ଦ୍ର ମନ୍ତ୍ରୀଗଣ । ଏମିତିରେ ବିଜେଡି ଓ ବିଜେପି ଭିତରେ ଭିତିରି ବୁଝାବଣା ରହିଥିବା ଜନମାନସରେ ଏକ ଧାରଣା ସୃଷ୍ଟି ହେଉଛି । ଯାହାର ଫାଇଦା ନିରଙ୍କୁଶ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇ ଚାଲିଛନ୍ତି । ଏତେବଡ ଚିଟଫଣ୍ଡ ଘୋଟାଲାରେ ସିବିଆଇ ତଦନ୍ତ ବେଳେ ରାଜ୍ୟ ଉଠୁଥିଲା ପଡୁଥିଲା ଏବଂ ଶାସକ ଦଳର ବିଧାୟକ, ନେତା ମଧ୍ୟ ଗିରଫ ହୋଇଥିଲେ ହଠାତ ଭାବରେ ସିବିଆଇ ତଦନ୍ତରେ ସିଥିଳତା ଦେଖାଦେବା ପଛରେ ନବୀନଙ୍କ ରାଜନୈତିକ ଗୋଟିଚାଳଣା ତଥା ମ୍ୟାନେଲ କଳା ସାମ୍ନାରେ ସବୁ..? ସେଥିପାଇଁ ବୋଧହୁଏ ନବୀନଙ୍କୁ ବାଜିଗର ବୋଲି କହୁଛନ୍ତି ରାଜନୈତିକ ସମୀକ୍ଷକ ।

