TOP NEWS

6/recent/ticker-posts

ଡାକ୍ତର କହୁଛି CDMOର ଔକାତ୍ କେତେ ମୁଁ ଜାଣେ !


ଖବର ତ ସବୁ ବେଳେ ପଢୁଛେ ଆଜି ଆମେ ଭିନ୍ନ ଧରଣର ଖବର ଟିଏ ଦେବାକୁ ଚେଷ୍ଟା କରିବୁ । ଏକ ଚୁଟ୍ କିଲା ମାଧ୍ୟମରେ ବ୍ୟଙ୍ଗାତ୍ମକ ଖବର । ସିଡିଏମ୍ଓ: କରୋନା ଭଳି ସଙ୍କଟ ସମୟରେ ଦିନ ତମାମ୍ ସେବା ଯୋଗାଇ ଆରାମ୍ ପାଇଁ ମାଲଟିକେ ମାରି ରାତି ୯ଟା ପରେ ଜଣେ ଡାକ୍ତରଙ୍କୁ ଫୋନ୍ କରନ୍ତି ।ସିଡିଏମ୍ଓ କୁହନ୍ତି ହଇରେ ଅନ୍ତର୍ଯ୍ୟାମୀ ତୋ ନାରେ କଣ ଅନେକ କପ୍ଲେନ୍ ହେଉଛି କହି ଜାଥାତା ପାଟି କରନ୍ତି । ଡାକ୍ତର ଅନ୍ତର୍ଯ୍ୟାମୀ କେବଳ ହୁଁ ହୁଁ କହୁଥାନ୍ତି ଆଉ କାଲି ଯାଉଛି ସାର୍ । ପୁଣି ସିଡିଏମ୍ଓ କହିଲେ କଣ ଖାଲିହାତରେ ଆସିବ ଦେଖ ଜିଲ୍ଲାପାଳ ରାଗିଛନ୍ତି । ଡାକ୍ତର କହୁଛି ନାଇଁ ସାର୍ ହାଣ୍ଡିହାଣ୍ଡି ରସଗୋଲା ନେଇକି ଯିବି । ଠିକ୍ ଏହି ସମୟରେ ଡାକ୍ତର ପାଖରେ ବସିଥିବା ଜଣେ ବନ୍ଧୁ ପଚାରନ୍ତି,କଣ ସାର୍ ସିଡିଏମ୍ଓ ଏମିତି କହୁଛନ୍ତି ? ଡାକ୍ତର କହିଲେ ସିଡିଏମ୍ଓ ସଳା ଚୋରଟା ମୁଁ ଯାହାକହିବି ସିଡିଏମ୍ଓ ତାହା କରିବ ମାଲ ପକେଇ ରାତିରେ ସବୁଦିନ ଯାହାକୁ ହେଲେ ଏମିତି ଅଭଦ୍ରଭାଷାରେ ଗାଳିକରିବ । ସବୁ ଟଙ୍କା ପାଇଁ ।  ଠିକ୍ ତା ପରଦିନ ସକାଳେ ସିଡିଏମ୍ଓଙ୍କ ପାଖରେ ହାଜର ହୋଇଯାଆନ୍ତି ଡାକ୍ତର ଜଣକ  ଆଉ ଲଫାପାରେ ଭର୍ତ୍ତି ହାତରେ ନେଇଥିବା ରସଗୋଲା ହାଣ୍ଡିଟା ଧରେଇ ଦେଲା ପରେ ସିଡିଏମ୍ଓ ବୁଢା ଖୁସ୍ । ରସଗୋଲା ହାଣ୍ଡି ଦେଇ ମେଡିକାଲକୁ ଫେରିବା ପରେ ପୁଣି ସାଥିରେ ଥିବା ବନ୍ଧୁ ଡାକ୍ତରଙ୍କୁ ପଚାରିଲା । ସାର୍ କଣ ହେଲା ? ନାରେ କିଛିନାହିଁ ସିଡିଏମ୍ଓ ବୁଢା କଥା ମୁ ଜାଣିଛି । ତାର କେତେ ଔକାତ୍ ମୁଁ ଜାଣେ । କିଛି ଫିଙ୍ଗିଦେଲେ ଆ..ଆ.. କହିଲେ ମୋ ପଛରେ ଆସିବ । ସେଥିପାଇଁ ତ ମୁଁ ଯାହାକଲେ ବି ଯେତେ ଅଭିଯୋଗ ହେଲେବି ମୋର ବା...କେହି ବଙ୍କାକରି ପାରନ୍ତି ନାହିଁ । ବିଦ୍ର:କାହାକୁ ଆକ୍ଷେପ କରିବା ଆମର ଉଦ୍ଦେଶ୍ୟ ନୁହଁ ! ଏହା କେବଳ ସଚେତନ ପାଇଁ ।