TOP NEWS

6/recent/ticker-posts

ସର୍ବହରା ବେଳେ ସାହା ହେଲା PMJJBY


ବୌଦ୍ଧ,7।4: ପ୍ରଧାନମନ୍ତ୍ରୀ ଅନେକ ଜନକଲ୍ୟାଣ କାରୀ ଯୋଜନା ଭିତରେ ରହିଛି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା । ଏହି ଯୋଜନା ମାଧ୍ୟମରେ ବାର୍ଷିକ ୩୩୦ ଟଙ୍କା ଦେଇ ଏହି ଯୋଜନାରେ ସାମିଲ ହୋଇପାରିବେ । ତେବେ ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଠାରେ ଥିବା ସମୀର କୁମାର ଦେହୁରୀଙ୍କ ଗ୍ରାହକ ସେବାକେନ୍ଦ୍ରରେ ୮ମାସ ପୂର୍ବରୁ ବାଉଁଶୁଣୀ ଗାଁର ବୈଦେହୀ ମଲ୍ଲିକ ନାମକ ଜଣେ ମହିଳା ୩୩୦ଟଙ୍କା ଦେଇ PMJJBYସେ ସାମିଲ ହୋଇଥିଲେ । ଦୁର୍ଭାଗ୍ଯ ବଶତଃ ବୈଦେହୀ ମଲ୍ଲିକଙ୍କ ମୃତ୍ୟୁ ହୋଇଥିବା ବେଳେ PMJJBYର ବେନିଭିଟ୍ ପାଇଛନ୍ତି ନମିନିଥିବା ତାଙ୍କ ସ୍ବାମୀ ବୁଦ୍ଧିଆନ୍ତ ମଲ୍ଲିକ । ଗତ ମାସରେ ଉକ୍ତ ଯୋଜନାରେ ସିଧାସଳଖ ତାଙ୍କ ଆକାଉଣ୍ଟରେ ଜମା ହୋଇଥିଲା ୨ଲକ୍ଷ ଟଙ୍କାର ବୀମା ଟଙ୍କା । ତେବେ ବାଉଁଶୁଣୀ ଠାରେ ଥିବା ସମୀର କୁମାର ଦେହୁରୀଙ୍କ "ଗ୍ରାହକ ସେବାକେନ୍ଦ୍ର"କୁ ଆସି ବୀମାରାଶି ଟଙ୍କା ଉଠାଇଛନ୍ତି ବୁଦ୍ଧିଆନ୍ତ ମଲ୍ଲିକ୍ । କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ସମସ୍ତ SBI ଗ୍ରାହକ ସାମିଲହେବାକୁ ଆହ୍ବାନ ଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ଏବଂ ଏହି ଯୋଜନାର ବେନିଫିଟ୍ ସଂପର୍କରେ ବୁଝାଇ ବୀମା କରାଇଥିବା ସମୀର କୁମାର ଦେହୁରୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ବୁଦ୍ଧିଆନ୍ତ ।