ଭୁବନେଶ୍ବର,୩।୫: ଟିଏମସି ସରକାର କରିବ ସତ କିନ୍ତୁ ଭାଙ୍ଗିଗଲା ମମତାଙ୍କ ଗର୍ବ । ଏଭଳି କାହିଁକି କୁହାଯାଉଛି, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ହାଇ ପ୍ରୋଫାଇଲ୍ ନିର୍ବାଚନ ମଣ୍ଡଳି ଥିଲା ନନ୍ଦିଗ୍ରାମ । ଏହି ନିର୍ବାଚନ ମଣ୍ଡଳିରେ ବିଜେପି ପ୍ରାର୍ଥୀ ହୋଇଥିଲେ ତୃଣମୂଳ କଂଗ୍ରେସ ଦଳ ଛାଡି ଆସିଥିବା ଶୁଭେନ୍ଦୁ ଅଧିକାରୀ । ଏବଂ ଶୁଭେନ୍ଦୁଙ୍କୁ ଟକ୍କର ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ସେହି ଆସନରୁ ପ୍ରତିଦ୍ବନ୍ଦିତା କରିଥିଲେ । ପିଜେପିର ରାଜନୈତିକ ଚଲରେ ମମତା ଫସିଯାଇ ପ୍ରଚାର ସମୟରେ ଯେଉଁ ଭାଷାର ପ୍ରୟୋଗ କଲେ ତାହା ଜଣେ ମୁଖ୍ୟମନ୍ତ୍ରୀ ଭାବରେ ଶୋଭନୀୟ ନୁହଁ । ରାଗ ତମତମ ହୋଇଥିବା ଦିଦି ତଥାପି ନିଜର ଜିଦ୍ ରେ ଅଟଳ ରହି ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀ ହୋଇଥିଲେ । ହେଲେ ଶୁଭେନ୍ଦୁ ଆଧିକାରୀଙ୍କ ଠାରୁ ହାରିଯାଇଛନ୍ତି ଦିଦି । ରାଜନୈତିକ ସମୀକ୍ଷକଙ୍କ କହିବା କଥା ଯଦି ମମତା ଅନ୍ୟ କେଉଁ କୋଉ ଆସନରୁ ନିର୍ବାଚନ ଲଢିଥାନ୍ତେ ତାହେଲେ ଜିତିଥାନ୍ତେ । ହାରିବାର ମୁଖ୍ୟକାରଣ ହେଲା ତାଙ୍କର ଅହଂକାର । ତେବେ ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ଟିଏମ୍.ସି ୨୧୩ଟି ଆସନରେ ବିଜୟୀ ହୋଇ ସରକାର ଗଢିବ । କିନ୍ତୁ ମମତା ଦିଦିଙ୍କ ପରାଜୟ ତାଙ୍କର ଘମଣ୍ଡକୁ ଚୁରମାର୍ କରିଦେଇଛି । ଯେଉଁ ବଡବଡ କଥା କହୁଥିଲେ ତାହା ଏବେ କହିବା ନେଇ ସନ୍ଦେହ ! ୩ୟ ଥର ପାଇଁ କ୍ଷମତାକୁ ଫେରିଥିବା ଟିଏମ୍.ସି ତଥା ମମତା ଦିଦି ନିଜର ଗର୍ବ,ଅହଂକାର ଛାଡି ଏଥର ଲୋକଙ୍କ ବିକାଶ କରିବା ଦିଗରେ ଧ୍ୟାନ ଦେବାର ଆବଶ୍ୟକ ବୋଲି ରାଜନୈତିକ ବିସାରଦଙ୍କ ମତ ।

