କୌଣସି ବିଦ୍ୟୁତ ବିଲ୍ ଯଦି ତୃଟିପୂର୍ଣ୍ଣ ଥାଏ , ତେବେ କେମିତି କରିବେ ସମାଧାନ ? ଅନେକ ଲୋକ ଏସଂପର୍କରେ ଜାଣିନଥାନ୍ତି । ଏଥିପାଇଁ ସେମାନଙ୍କୁ ହଇରାଣ ହରକତ ହେବାକୁ ପଡିଥାଏ । ଯଦି କାହାର ବିଦ୍ୟୁତ ବିଲ୍ ଭୂଲଏ ତେବେ ପ୍ରଥମେ ବିଦ୍ୟୁତ ବିଭାଗର S.D.Oଙ୍କ ନିକଟରେ ଅଭିଯୋଗ ଦିଅନ୍ତୁ । S.D.O/Executive Engineer ଏହି ଅଭିଯୋଗ ପାଇବାର ୩୦ ଦିନ ମଧ୍ୟରେ ସମାଧାନ କରିଥାନ୍ତି । ଯଦି ଅଭିଯୋଗକାରୀଙ୍କର ଅଭିଯୋଗ ଯଥାର୍ଥ ହୋଇଥାଏ, ତେବେ ଉପଭୋକ୍ତାଙ୍କୁ ବିଦ୍ୟୁତ ଦେୟ ପଇଠ କରିବାକୁ ପଡେ । ଯଦି କୌଣସି କାରଣରୁ ବିଲ୍ ତୃଟିପୂର୍ଣ୍ଣ ଥାଏ, ବିନା ମିଟରରେ ବିଲ୍ ପ୍ରସ୍ତୁତ ହୋଇଥାଏ କିମ୍ବା ଘର ଚାବି ପଡି ବନ୍ଦ ହୋଇଥାଏ, ତେବେ ବିଦ୍ୟୁତ ବିଲ୍ Average Basis ରେ କରଯାଇଥାଏ କିନ୍ତୁ ଲୋଡ୍ ଫାକ୍ଟରକୁ ନେଇ କରାଯାଏ ନାହିଁ । ଏ ସଂପର୍କରେ ଅଧିକ ଜାଣିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ସହିତ ଯୋଗାଯୋଗ କରନ୍ତୁ । ଯଦି ଉକ୍ତ ବିଲ ର ସମାଧାନ ହୋଇପାରିନଥାଏ , ତେବେ Grievance Redressal Forum କୁ ଜଣାନ୍ତୁ । ଏହାପରେ ଏହି ବିବାଦର ସମାଧାନ ପାଇଁ ombudsman କୁ ଜଣାଇବା ପରେ ସମସ୍ୟାର ସମାଧାନ କରାଯାଇଥାଏ ।

