TOP NEWS

6/recent/ticker-posts

ଶାନ୍ତିପ୍ରିୟ ରାଜ୍ୟ କହିକହି ଅଶାନ୍ତ ଆଡକୁ ଗତିକରୁଛି ପଶ୍ଚିମବଙ୍ଗାଲ


ଭୁବନେଶ୍ବର,୫।୫: ଗତ ୨ ତାରିଖରେ ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ ପ୍ରକାଶ ପାଇଲା ଆଉ ମମତା ଦିଦି ନନ୍ଦିଗ୍ରାମ ଆସନରୁ ହାରିଥିଲେ ମଧ୍ୟ ତାଙ୍କ ଦଳ ଟିଏମସି ୨୦୦ ପାର୍ କରି ସରକାର ଗଢିଛି । ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବରେ ଆଜି ଶପଥ ନେଇଛନ୍ତି । ହେଲେ ଫଳାଫଳ ଘୋଷଣା ପରଠାରୁ ବଶ୍ଚିମବଙ୍ଗାଲରେ ଯେଉଁଭଳି ଭାବରେ ରାଜନୈତିକ ହିଂସା ଦେଖାଦେଇଛି ତାହା ଭାରତ ଭଳି ଗଣତାନ୍ତ୍ରୀକ ଦେଶରେ ଆଦୌ ଗ୍ରହଣୀୟ ନୁହଁ । ଟିଏମ୍ ସିର ଲୋକ ବିଜେପି କର୍ମୀମାନଙ୍କ ଉପରେ ଯେଉଁ ଆକ୍ରମଣ,ଘରଭଙ୍ଗାରୁଜା କରିବାର ଦୃଶ୍ୟ ଗଣମାଧ୍ୟମ ଜରିଆରେ ସାମ୍ନାକୁ ଆସୁଛି ତାହା ଦୁର୍ଭାଗ୍ଯ ଜନକ ! ଯଦି ଦେଖିବା ପରୋକ୍ଷରେ ଏଭଳି ସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ମମତା ହିଁ ଦାୟି । କାରଣ ନିର୍ବାଚନ ପ୍ରଚାର ସମୟରେ ଏମିତି କିଛି ବୟାନ ଦେଇଥିଲେ ଯାହା ହିଂସାକୁ ବଢାଇବାରେ ସହାୟକ ହୋଇଛି । ପଶ୍ଚିମବଙ୍ଗାଲ ଏକ ଶାନ୍ତିପ୍ରିୟା ରାଜ୍ୟ କହିକହି କେତେବେଳେ ଯେ ମୋଡ ବଦଳାଇ ଦେଲାଣି ତାହା ଆତ୍ମଘୋଷିତ ବୁଦ୍ଧିଜୀବୀ ଜାଣିପାରୁ ନାହାନ୍ତି ଅବା ଜାଣି ଅଜଣା ବନୁଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଭିତରୁ ରାଗ,ଅହଂକାର ଛାଡି ବଙ୍ଗାଲ୍ ର ଜନତା ଯେଉଁ ଆସ୍ଥା ଓ ବିଶ୍ବାସ ନେଇ ତୃତୀୟ ଥର ପାଇଁ କ୍ଷମତା ଦେଇଛନ୍ତି ତା ଉପରେ ଧ୍ୟାନଦେଇ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଦୃଷ୍ଟିଦେବା ଆବଶ୍ୟକ ରହିଛି । ଅନ୍ୟପଟେ ଏ ହିଂସାକୁ ବିରୋଧ କରି ଓଡିଶା ବିଜେପି ପକ୍ଷରୁ ଘରେ ରହି ୧୨ ଘଣ୍ଟିଆ ଅନଶନ କରି ପ୍ରତିବାଦ ଜଣାଇଥିବା ଦେଖିବାକୁ ମିଳିଛି ।