TOP NEWS

6/recent/ticker-posts

ବାଉଁଶୁଣୀ ଥାନା ରାସ୍ତାରେ ଜଗିରହିଛି ଯମ!


ବୌଦ୍ଧ,୩।୫: ବୌଦ୍ଧ ଜିଲ୍ଲା ୫୭ନଂ ଜାତୀୟ ରାଜପଥ ବାଉଁଶୁଣୀ ଛକ ଠାରୁ ଥାନା ରାସ୍ତାର ଏହି ପୋଲ ସାଜିଛି ଲୋକଙ୍କ ପାଇଁ ମରଣ ଯନ୍ତା । କେନାଲ ଉପରେ ନିର୍ମାଣ ହୋଇଥିବା ଏହି ପୋଲ ଦେଇ ଦୈନିକ ଅନେଲ ଛୋଟ,ବଡ ଗାଡି ଯିବା ଆସୁବା କରୁଥିବା ବେଳେ ଅନେକ ଲୋକ ସାଇକେଲ ଓ ବାଇକ୍ ରେ ଯିବା ଆସିବା କରିଥାନ୍ତି । ଦିର୍ଘଦିନ ହେବ ବ୍ରିଜର ସାଇଟ୍ ସପଟିଂ ଓ୍ବାଲ ଭାଙ୍ଗି ଯାଇଥିବା ବେଳେ ଆରଡି ବିଭାଗର ନଜର ପଡୁନାହିଁ । ଗତ ୨ ଦିନ ତଳେ ଜଣେ ସାଇକେଲ ଆରୋହି ଏହି ଖାଲରେ ପଡି ଗୁରୁତର ହୋଇ ବୁର୍ଲା ମେଡିକାଲରେ ଭର୍ତି ହୋଇଥିବା ଆଲୋଚନା ହେଉଛି । ତେବେ ସବୁଠାରୁ ଜନଗହଳି ରହୁଥିବା ଏହି ରାସ୍ତାର ପଞ୍ଚାୟତ ନିକଟ ଏହି ପୋଲକୁ ମରାମତି କରିବାକୁ ଜନସାଧାରଣରେ ଦାବି ହେଉଛି ।