ଭୁବନେଶ୍ବର,୯।୫: ସମାଜରେ ଯାହାର ଟିକେ ବେସି ଗୁରୁତ୍ବ ବୋଲି ବିବେଚନା କରାଯାଏ ସେମାନଙ୍କ ଭିତରୁ କିଛି ବ୍ୟକ୍ତି ଆଉ ଇନ୍ଦ୍ରଚନ୍ଦ୍ର ମାନନ୍ତି ନାହିଁ । ସେମାନେ ମନେମନେ ଭାବନ୍ତି ଆମେ ଯାହା କହିବୁ କରିବୁ ତାହାହିଁ ଠିକ୍ । ଆମେ କହୁଛୁ ଡାକ୍ତରମାନଙ୍କ କଥା । କରୋନା ଭଳି ମହାମାରି ସମୟରେ ଦେଶର ଡାକ୍ତରମାନଙ୍କ ଭୂମିକା ବେସ ଗୁରୁତ୍ବପୂର୍ଣ୍ଣ ରହିଛି । କେବଳ ଆଜି ନୁହେଁ ସବୁ ସମୟରେ ଡାକ୍ତରଙ୍କୁ ଭଗବାନ ବୋଲି କୁହାଯାଏ । ଡାକ୍ତରଙ୍କ ପଦୁଟିଏ କଥା ରୋଗୀ ଅଧା ଭଲ ହୋଇଯାଇଥାଏ । କିନ୍ତୁ କିଛି ଡାକ୍ତର ଅଛନ୍ତି ଯେଉଁମାନେ କେବଳ ମୁଁ ବଡ କହି ତାଙ୍କ ସାମ୍ନାରେ ନା ରୋଗୀ ନା ଜନସାଧାରଣ କେହି ନୁହଁ । ତାଙ୍କର କେହି କିଛି କରିପାରିବେ ନାହିଁ ବୋଲି ଭାବି ଏହି ରୋଗୀଙ୍କୁ ଅସଭ୍ୟଭାଷା ତ ଭିନ୍ନ କଥା ବ୍ୟକ୍ତିର ମାନବିକତା କ୍ଷୁର୍ଣ୍ଣ ହେଲା ଭଳି ବ୍ୟବହାର କରିଥାନ୍ତି । ଭୂଲ ଚିକିତ୍ସା କଲେ ମଧ୍ୟ ଯିଏ କହିବ ତା ଉପରେ ଡାକ୍ତର ଖଡ୍ଡହସ୍ତ । କେବଳ ସେତିକି ନୁହଁ ଏକ ମାମଲାରେ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଥିବା ଡାକ୍ତରବି ନିଜର ଫୁଟାଣି ଛାଡୁନି । ଏପରି ସ୍ଥଳେ ଜଣେ ବ୍ୟକ୍ତି କଣ କରିପାରିବ ? ଆଜି ଏ ସଂପର୍କରେ ଜାଣିବା । ଡାକ୍ତର ଯଦି ଭୂଲ କରୁଛନ୍ତି । ତାହେଲେ ଆପଣ କାହା ପାଖରେ ଅଭିଯୋଗ କରିବେ । ସମସ୍ତେ କହିବେ ସିଡିଏମଓ ପାଖରେ ନଚେତ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କି ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ବୋଲି । ଏଇଟା ତ କମନ୍ କଥା ସମସ୍ତେ ଜାଣନ୍ତି ଏବଂ ଏଇଟା ପ୍ରଥମ,ଦ୍ବିତିୟ ସୋପାନ । ଯଦି କଥା ଗୁରୁତର ଆଡକୁ ଯାଉଛି ତାହେଲେ ଏଇଠି ଅଭିଯୋଗ କଲେ ଡାକ୍ତରଙ୍କ ଲାଇସେନ୍ସ ରଦ୍ଦ ହେବ । ତାଙ୍କୁ ଚାକିରୀ ମଧ୍ୟ ହରାଇବାକୁ ପଡିପାରେ ଏକଥା ନିରିହ ଜନତା ଜାଣନ୍ତି ନାହିଁ ବୋଲି କିଛି ଖଳ ପ୍ରକୃତିର ଡାକ୍ତର ରୋଗୀଙ୍କୁ ର୍ଦୁବ୍ୟବହାର ଦେଖାନ୍ତି ଜଣେ ରୋଗି ଭୂଲ ଚିକିତ୍ସାରେ ମରିଗଲେ ମଧ୍ୟ ତାହା ଚାପି ହୋଇ ରହିଯାଇଥାଏ । ତେବେ ଏଭଳି ଡାକ୍ତରଙ୍କ ବିରୋଧରେ ଆପଣ ମେଡିକାଲ କାଉନସିଲ୍ ଅଫ ଇଣ୍ଡିଆରେ କମ୍ପ୍ଲେନ କରିବା ସହ ଷ୍ଟେଟ୍ କାଉନସିଲରେ ମଧ୍ୟ ଲିଖିତ କମ୍ପ୍ଲେନ ଦେଇ ତାପରେ ଦେଖନ୍ତୁ କଣ ହେଉଛି । ଆଜି ପାଇଁ ଏତିକି ପୁଣି ଆଗକୁ ଜାଣିବେ ଆଉ କଣ କଣ ଆକ୍ସନ ନେଇପାରିବେ ।

