ଭୁବନେଶ୍ବର,୨।୫: ଦିର୍ଘ ଦିନର ଦାବି ପରେ ସାମ୍ବାଦିକ ମାନଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧା ଭାବରେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଭଳି ଘୋଷଣା କରିଛନ୍ତି । କେବଳ ସେତିକି ନୁହେଁ ଏଭଳି ସଂକଟ ସମୟରେ ସାମ୍ବାଦିକ ମାନଙ୍କ କାର୍ଯ୍ୟକୁ ସେ ପ୍ରଶଂସା କରିବା ସହ ଏହା ଦ୍ବାରା ରାଜ୍ୟର ୬୯୪୪ଜଣ ସାମ୍ବାଦିକ ଉପକୃତ ହେବେ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ OUJ ପକ୍ଷରୁ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୂଚନା ଥାଉକି ଏହାରି ଭିତରେ ରାଜ୍ୟର ଅନେକ ସାମ୍ବାଦିକଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇ ସାରିଥିବା ବେଳେ ବିଳମ୍ବ ହେଲେ ମଧ୍ୟ ସରକାରଙ୍କ ନିଷ୍ପତ୍ତି ସ୍ବାଗତ ଯୋଗ୍ୟ ।

