ଭୁବନେଶ୍ବର,୧୬।୬: ବିଜେପି- ବିଜେଡି ସଲାସୁତୁରା ରାଜନୀତିରେ ବଳି ପଡୁଛନ୍ତି ଚିଟ୍ ଫଣ୍ଡ ଜମାକାରୀ । ଆନ୍ଦୋଳନ ହେଲା, ଚିଟ ଫଣ୍ଡ ଜମାକାରୀମାନଙ୍କର ଆନ୍ଦୋଳନ ଫଳ ଶୁନ । ରାଜ୍ୟ ସରକାରଙ୍କ 300 କୋଟି ଟଙ୍କାର କର୍ପସ ଫଣ୍ଡ ଘୋଷଣା, ରାଜ୍ୟ ସରକାରଙ୍କ ଚିଟ୍ ଫଣ୍ଡ କମିଶନ ଗଠନ ଓ ପରିଚାଳନା ରେ ୬ କୋଟି ଖର୍ଚ୍ଚ । ପୂର୍ଣାଙ୍ଗ ରିପୋର୍ଟ ପ୍ରଦାନ ପୂର୍ବରୁ କମିଶନ ବନ୍ଦ ଓ କମିଶନଙ୍କ ସୁପାରିଶ ଭିତ୍ତିରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଯୋଗୁଁ ଅନେକ କ୍ଷତିଗ୍ରସ୍ତ ଜମାକାରୀ ଟଙ୍କାଟିଏ ପାଇଲେ ନାହିଁ । ଜମାକାରୀ ଆନ୍ଦୋଳନର ପ୍ରବକ୍ତା ସୌମ୍ୟରଂଜନ ପଟ୍ଟନାୟକ ବିଜେଡିର ଯୋଗ ଦେଇ ବିଧାୟକ ହେଲେ ଏବଂ ମନ୍ତ୍ରୀପଦ ପାଇବା ପାଇଁ ଅପେକ୍ଷା କରି ବସିଛନ୍ତି । ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଧେଶ ସତ୍ତ୍ୱେ ବିଜେଡି-ବିଜେପିର ମଧୁଚନ୍ଦ୍ରିକା ଭିତ୍ତିରି ବୁଝାମଣା ଯୋଗୁଁ ଚିଟଫଣ୍ଡ ଘୋଟଲା ରେ ସମ୍ପୃକ୍ତ ମୁଖ୍ୟମନ୍ତ ଓ ତାଙ୍କ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଓ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ସିବିଆଇ ବିଫଳ । ସିବିଆଇ ତଦନ୍ତ ଦିଗହରା ହେବା ସିବିଆଇ ତାର ବିଶ୍ବାସନୀୟତା ହରେଇବା ଯୋଗୁଁ କ୍ଷତିଗ୍ରସ୍ତ ଜମାକାରୀ ଯେ ନ୍ୟାୟ ପାଇବେ ସେ ଆଶା ଆଉ ଦେଖାଯାଉ ନାହିଁ ବୋଲି ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ସିଭିଲ ସୋସାଇଟି । ସବୁଠାରୁ ବଡ କଥା ସିବିଆଇ ର ବିଶ୍ବନୀୟତାକୁ ନେଇ । ଯେଉଁ ସଂସ୍ଥା ଉପରେ ଭାରତର ଜନତା ବିଶ୍ବାସ ରଖନ୍ତି ସେ ସିବିଆଇ ମଧ୍ୟ ଆଜି ନିରବ୍ । ରାଜନେତାଙ୍କ ରାଜନୀତି ଖେଳରେ ଜମାକାରୀ ବଳିପଡୁଛନ୍ତି ସତ । କିନ୍ତୁ ସବୁଠାରୁ ବଡ ମୁଲ୍ୟ ଦେବାକୁ ପଡିବ ବିଜେପିକୁ । କାରଣ କେନ୍ଦ୍ରରେ ବିଜେପି ସରକାର ରହିଛି ଏବଂ ସିବିଆଇ ତାଙ୍କ ଅଧିନରେ । ଚିଟଫଣ୍ଡ ପାଇଁ ବିଜେଡିର କିଛି ନେତାଙ୍କୁ ଜେଲ ଯିବାକୁ ପଡିଛି । ଆହୁରି ଅନେକ ନେତା ଅଫିସର ରହିଥିବା ଖବର ସାମ୍ନାକୁ ଆସିଥିଲା । ହଠାତ ତଦନ୍ତରେ ନିରବତା । ବିଜେପି-ବିଜେଡି ଭାଇ ଭାଇ ବୋଲି ପ୍ରମାଣିତ କରୁଛି ବୋଲି ସାଧାରଣରେ ଏକ ଧାରଣା ସୃଷ୍ଟି ହେଉଛି । ତେବେ ଓଡିଶାରେ ବିଜେଡି ନଦେଇ ବିଜେପିକୁ ଦେଲେ ଆଉ ଅଧିକ କଣ ଲାଭ ହେବ ବୋଲି ସାଧାରଣରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ଆଉ ଜନତାଙ୍କ ଏହି ପ୍ରତିକ୍ରିୟା ବିଜେପି ପାଇଁ ଓଡିଶାରେ କାଳ ହୋଇଛିଡା ହେବ ଏଥିରେ ସନ୍ଦେହ ନାହିଁ । ମୋଦି ନବୀନ ଭାଇ ଭାଇ ପଲିଟିକ୍ସ ଯୋଗୁଁ ଓଡିଶାରେ ମୋଦି ମନ୍ତ୍ର ଯେ ଅକାମି ଓ ଆଗାମି ଦିନରେ ବିଜେପି ଆହୁରି ତଳମୁହାଁ ହେବ ଏଥିରେ ସନ୍ଦେହ ନାହିଁ ବୋଲି ତଳ ସ୍ତରରୁ ଆଲୋଚନା ହେଉଛି । ତେବେ ନିଜ ସ୍ଥିତି ପାଇଁ ଆଗକୁ ବିଜେପି କେଉଁ ପନ୍ଥା ଆପଣାଉଛି ତାହା ସମୟ ଆସିଲେ ହିଁ ଜଣାପଡିବ ।

