TOP NEWS

6/recent/ticker-posts

ଓଡିଶାରେ କମୁଛି ବିଜେପିର ଲୋକ ପ୍ରିୟତା


ଭୁବନେଶ୍ବର,୧୨।୬। ଓଡିଶାରେ କମୁଛି ବିଜେପିର ଲୋକ ପ୍ରିୟତା । ୨୦୧୯ ସାଧାରଣ ନିର୍ବାଚନ ସମୟରେ ଯେଉଁ ବିଜେପିର କ୍ରେଜ୍ ଥିଲା ବର୍ତମାନ ତାହା ଧିରେଧିରେ କ୍ଷୁର୍ଣ୍ଣ ହେବାରେ ଲାଗିଛି । ସେଥିପାଇଁ ମୁଖ୍ୟ କାରଣ ହେଉଛି ରାଜ୍ୟ ବିଜେପି । ଯେଉଁ ଆସ୍ଥା ଓ ବିଶ୍ବାସ ସହିତ ଗତ ନିର୍ବାଚନରେ ଲୋକେ ଭୋଟ ଦେଇଥିଲେ ତାହାକୁ ବଜାୟ ରଖିବାରେ ରାଜ୍ୟ ବିଜେପି ସଂପୂର୍ଣ୍ଣ ଭାବରେ ବିଫଳ ହୋଇଛି ବୋଲି ରାଜନୈତିକ ପଣ୍ଡିତମାନେ ମତ ବ୍ୟକ୍ତ କରନ୍ତି । ରାଜ୍ୟରେ ଅନେକ ସମସ୍ୟା ଓ ଇସ୍ୟୁ ରହିଛି । ସେ କୋଭିଡ ସମୟରେ ସ୍ବାସ୍ଥ୍ୟ ବିଭାଗର ପରିଚାଳନା କଥା କୁହନ୍ତୁ କି ୫ଟି ନାରେ ଭଣ୍ଡାମିର ନୂଆ ତରିକା କଥା କୁହନ୍ତୁ ସବୁଥିରେ ବିରୋଧି ଦଳ ଭାବରେ ବିଜେପି ଧର୍ମକୁ ଆଖିଠାର ଭଳିଆ କାର୍ଯକରୁଛି । କେବଳ ସେତିକି ନୁହଁ ମଣ୍ଡି ରୁ ଚାଷୀଙ୍କ ଧାନ ଉଠିପାରୁ ନାହିଁ । ଗରିବ ଓ ଚାଷୀଙ୍କ ବିକାଶ ନାରେ ଶାସକ ଦଳର କର୍ମୀ ମାନଙ୍କ ନିରନ୍ତର ବିକାଶ ହୋଇଚାଲିଛି କିନ୍ତୁ ବିଜେପି କେବଳ ପ୍ରଧାନମନ୍ତ୍ରୀଙ୍କ କଥା ପ୍ରଚାରରେ ଲାଗିଛି । ଲୋକଙ୍କ ସମସ୍ୟା ଶାସକ ଦଳର ମନମାନି ବିରୋଧରେ ମୁହଁ ଖୋଲୁନାହିଁ ବିଜେପି । ଆଉ ମନେମନେ କ୍ଷମତାର ସ୍ବପ୍ନ ଦେଖିବାରେ ବ୍ୟସ୍ତ ରହିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିତି ଦିନ ପ୍ରେସ୍ ରିଲିଜ୍ ଏବେ ସାଧାରଣରେ ତାଚ୍ଛଲ୍ଯ ରେ ପରିଣତ ହେଲାଣି । ମୋଟାମୋଟି ଭାବରେ କହିବାକୁ ଗଲେ ୨୦୧୯ ତୁଳନାରେ କାଗଜ କଲମରେ ବିକାଶ ହେଉପଛକେ ବିଜେଡିର କାଣିଟାଏ ଲୋକ ପ୍ରିୟତା ମଧ୍ୟ କମାଇ ପାରି ନାହିଁ ବିଜେପି । ତେବେ ରାଜ୍ୟରେ ବିଜେପି ବିରୋଧି ଦଳର ଦାୟିତ୍ବ ନିଭାଇବାରେ ବିଫଳ ଓ କମ୍ପମାଇଜ୍ ପଲିଟିକ୍ସ୍ ଯୋଗୁଁ ତଳ ସ୍ତରରୁ ବିଜେପିର ଲୋକ ପ୍ରିୟତା ହ୍ରାସ ପାଉଥିବା ବୁଦ୍ଧିଜୀବି ତଥା ରାଜନୈତିକ ସମୀକ୍ଷକ ମହଲରେ ଆଲୋଚନା ହେଉଛି । ତେବେ ଏହା ଯଦି ନିରନ୍ତର ରହେ ତାହେଲେ ଓଡିଶା ଦଖଲ କରିବାର ସ୍ବପ୍ନ ମୋଦି-ଶାହାଙ୍କ ପାଇଁ ସ୍ବପ୍ନହୋଇ ରହିଯିବ ଏଥିରେ ସନ୍ଦେହ ନାହିଁ ।