TOP NEWS

6/recent/ticker-posts

ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି କି ବିଧାୟକ?


ବୌଦ୍ଧ,୧୩।୬: କୋଭିଡ କଟକଣା ଭିତରେ ପ୍ରଶାସନକୁ ଧରି ଆଗାମି ଏନ୍.ଏ.ସି ଓ ପଞ୍ଚାୟତ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛି କି ବିଜେଡି ? ଏଭଳି କାହିଁକି କୁହାଯାଉଛି । ତେବେ କୋଭିଡ ସଂକଟ ସମୟରେ ରାଜଧାନୀରେ ରହି କେବେ ପଦାକୁ ବାହାରୁ ନଥିବା ବୌଦ୍ଧ ବିଧାୟକ ପ୍ରଦୀପ ଅମାତ୍ ମହାଶୟ ହଠାତ୍ ଗତକାଲି ଏକ ସଙ୍ଗରେ ଗୋଟିଏ ସ୍ଥାନରେ ଦୁଇଟି ସଭା ଦଳୀୟ ଓ ସରକାରୀ ଅଧିକାରୀଙ୍କୁ ନେଇ କରିବା ଘଟଣା ଅନେକ କିଛି କହୁଛି । ତାହା ବି ଶନିବାର ଓ ରବିବାର ସମ୍ପୂର୍ଣ ସଟ-ଡାଉନ ଥିବା ସମୟରେ । ଯେତେବେଳେ ଲୋକଙ୍କୁ ବାହାରେ ବୁଲିବା ପାଇଁ ଅନୁମତି ନଥିବା ବେଳେ ଏଭଳି ଭିଡ କରିବା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେବା ଓ ନିଜେ ଜିଲ୍ଲାପାଳ ସମେତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବା ଅନେକ କିଛି ବୟାନ କରୁଛି । ହଁ ହୁଏତ ତାହା ବିଧାୟକ ପାଣ୍ଠିରୁ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଥିଲା । ତେବେ ଆଗକୁ ନିର୍ବାଚନ ଆସୁଛି ଏବଂ ସହରାଞ୍ଚଳରେ ବିଜେପିର ଭୋଟର ସଂଖ୍ୟା ବଢୁଛି । ତେବେ ନିଜ ଗଡ ରକ୍ଷା କରିବା ପାଇଁ ବିଧାୟକ ପ୍ରଦୀପ୍ କୁମାର ଅମାତ ପ୍ରଶାସନକୁ ନେଇ କ୍ଷେତ୍ର ପ୍ରସ୍ତୁତ କରିବା ଆରମ୍ଭ କରିଥିବା ରାଜନୈତିକ ବିଶାରଦମାନେ ମତ ବ୍ୟକ୍ତ କରୁଛନ୍ତି । ଅନ୍ୟପଟେ କଟକଣା ଭିତରେ ହଠାତ ଭାବରେ ଭୁବନେଶ୍ବର ବିଧାୟକ ଆସି ଲୋକଙ୍କ ପାଇଁ ଦରଦ ଦେଖାଇବା ତାହା ବି କୋଭିଡ ନିୟମ କାନୁନ୍ କୁ ଉଲଂଘନ କରି । ଏ ଘଟଣାକୁ ସହଜରେ ହଜମ କରି ପାରୁନାହିଁ ବୌଦ୍ଧ ବିଜେପି । ଆଜି ସାମ୍ବାଦିକ ସମ୍ମିଳନୀ କରି ସଟ-ଡାଉନ ସମୟରେ କୋଭିଡ ନିୟମକୁ ଖୋଲାଖୋଲି ଉଲଂଘନ କରି, କରାଯାଇଥିବା ସଭାକୁ ନେଇ ବିଧାୟକ ପ୍ରଦୀପ କୁମାର ଅମାତ ଓ ଜିଲ୍ଲାପାଳଙ୍କୁ ଟାର୍ଗେଟ୍ କରିଛି ବିଜେପି । ଲୋକ ମାନଙ୍କ ପାଖକୁ ନଯାଇ ମାସ୍କ ବାଣ୍ଟିବା ପାଇଁ ମଞ୍ଚ,ସେଥିରେ ପ୍ରଶାସନିକ ଅଧିକାରୀଙ୍କୁ ଠୁଳ କରି ଭିଡ ଜମେଇବା ଘଟଣାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ତେବେ ଏବେ ଦେଖିବାର ଅଛି କଟକଣା ଭଙ୍ଗକରି ସଭାକରିବା ଘଟଣା କେଉଁ ମୋଡକୁ ନେଉଛି ।