ବୌଦ୍ଧ,୨୧।୬: ବର୍ତ୍ତମାନ ସମୟରେ ବୌଦ୍ଧ ଜିଲ୍ଲାର ବେସ ଚର୍ଚ୍ଚିତ ଅଫିସର ହେଉଛନ୍ତି କଣ୍ଟାମାଳ ବିଡିଓ । କିଏ ବିକାଶ ପାଇଁ ଚର୍ଚ୍ଚାକୁ ଆସିଥାଏ ତ କିଏ ଦୁର୍ନୀତି କରି ଚର୍ଚ୍ଚାକୁ ଆସିଥାଏ । ହେଲେ କଣ୍ଟାମାଳ ବିଡିଓ କିନ୍ତୁ ଚର୍ଚ୍ଚାକୁ ଆସିଛନ୍ତି ତାଙ୍କର ବ୍ୟବହାର ପାଇଁ । କୋଭିଡି କଟକଣା ସମୟରେ କଣ୍ଟାମାଳ ବ୍ଲକ ଉମା ଗ୍ରାମ ପୋଖରୀରେ ମାଛମରା ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରଠାରୁ ବିଡିଓ ମହାଶୟାଙ୍କ ନାଡି ଡେଉଁଛି । ନିଜର କର୍ତ୍ତବ୍ୟ ଭୁଲିଯାଇ ଖବର ପ୍ରକାଶିତ କରିଥିବା ସାମ୍ବାଦିକଙ୍କ ଉପରେ ଦୋଷଦେଇ ଖସିଯିବାକୁ ବସିଛନ୍ତି । ଏ ଘଟଣାକୁ ନେଇ ବିବାଦୀୟ ହୋଇଥିବା ବିଡିଓ ମହାଶୟା ନିଜର ଭାବମୂର୍ତ୍ତି ସୁଧାରିବାକୁ ନୂଆ ଫଣ୍ଡା ଆପଣାଇଛନ୍ତି । ସାମ୍ବାଦିକ ସ୍ବର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ମୃତ୍ୟୁର ଦେଢ ମାସ ପରେ ତାଙ୍କ ସ୍ତ୍ରୀଙ୍କୁ ଭେଟି କଣ୍ଟାମାଳ ବିଡିଓ ମହାଶୟା ୧୦ହଜାର ଟଙ୍କା ସହାୟତା ପ୍ରଦାନ କରିବା ସହିତ ଭତ୍ତା ପାଇଁ ଆବଶ୍ୟକ କାଗଜପତ୍ର ଆଣିଥିଲେ । ବିଡିଓ ମହାଶୟ ପରିବାରଙ୍କୁ ଭେଟିବା ସହୟାତାର ହାତବଢାଇ ଭଲ କଥା । କିନ୍ତୁ ହଠାତ ଦେଢମାସ ପରେ ବିଡିଓ ମହାଶୟାଙ୍କୁ ସ୍ବର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରଙ୍କ କଥା ମନେପଡିବା ଏ କଥାକୁ ସହଜରେ ହଜମ କରାଯାଇପାରୁନି । କୁହାଯାଉଛି ବିବାଦୀୟ ହୋଇଥିବା ବିଡିଓଙ୍କ ଭାବମୁର୍ତ୍ତି ସୁଧାରିବା ତଥା ମାଛମରା ପ୍ରସଙ୍ଗରୁ ମୋଡ ବଦଳେଇବା ପାଇଁ ଏଭଳି ନୂଆ କାର୍ଡ ଖେଳିଛନ୍ତି । ସେଥିପାଇଁ ବିଡିଓ ହଠାତ ଗ୍ୟାନ ଉଦୟ ପଛରେ ତାଙ୍କର ଘନିଷ୍ଠ ପରାମର୍ଶଦାତାଙ୍କ ହାତଥିବା ଆଲୋଚନା ହେଉଛି । ତେବେ ଦେଖାଯାଉ ବିଡିଓ ମହାଶୟ ନିଜର ଭାବମୁର୍ତ୍ତି ସୁଧାରିବାରେ କେତେ ସଫଳ ହେଉଛନ୍ତି ।

