TOP NEWS

6/recent/ticker-posts

ନବୀନଙ୍କ ନୂଆ ଟିମ୍ ରେ ସାମିଲ ହୋଇ ପାରନ୍ତି ପ୍ରଦୀପ୍


ବୌଦ୍ଧ,୨୪।୬: ଆଗକୁ ହେବାକୁ ଯାଉଛି ମନ୍ତ୍ରୀମଣ୍ଡଳରେ ବଡ ଧରଣର ଅଦଳବଦଳ । ସେଥି ପାଇଁ ପୁରାପୁରି ପ୍ରସ୍ତୁତି କରାଯାଉଛି । ଏ ପ୍ରକ୍ରିୟାରେ ନବୀନଙ୍କ ଗୁଡବୁକ୍ ରେ ରହିଆସିଥିବା ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଏଥର କିନ୍ତୁ ପୁଣି ବାଚସ୍ପତି ହୋଇପାରନ୍ତି ! ୨୦୧୯ ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଅମାତଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ ନକରିବା ଘଟଣା ଅନେକଙ୍କୁ ଆଶ୍ଚର୍ୟ୍ଯ କରିଥିଲା । ଯେଉଁଥିରେ ପ୍ରଦୀପଙ୍କ ସମର୍ଥକଙ୍କୁ ନିରାସ ହେବାକୁ ପଡିଥିଲା । ଏଥର କିନ୍ତୁ  ସରପ୍ରାଇଜ୍ ମିଳିପାରେ ବୋଲି ଆଲୋଚନା ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ପ୍ରଥମ ମନ୍ତ୍ରୀମଣ୍ଡଳରେ ଅଦଳବଦଳରେ କିଛି ନୂଆଁ ଓ ପୁରୁଣା ଚେହେରା ସାମିଲ ହୋଇପାରନ୍ତି । ସେଥିରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ମଧ୍ୟ ରହିଥିବା ସୂତ୍ରରୁ ଜଣାପଡିଛି । ତେବେ ବର୍ତମାନର ବାଚସ୍ପତି ଥିବା ସୂର୍ଯ୍ୟ ପାତ୍ରଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିବ ଆଉ ସେ ସ୍ଥାନ ପୁରଣ କରିବେ ପ୍ରଦୀପ ଅମାତ ବୋଲି ଆଲୋଚନା ହେଉଛି ।