TOP NEWS

6/recent/ticker-posts

ସୁରଙ୍କ ପାଇଁ କଂଗ୍ରେସ ଅଛି ନଚେତ୍...


ଭୁବନେଶ୍ବର,୨୬।୬: ରାଜ୍ୟରେ ହଜିଯାଉଛି କଂଗ୍ରେସ ର ଅସ୍ତିତ୍ବ । କେବଳ ବରିଷ୍ଠ କଂଗ୍ରେସ ନେତା ସୁର ବାବୁଙ୍କ ପାଇଁ ହିଁ ରାଜରେ କଂଗ୍ରେସ ଦଳର ସ୍ଥିତି କିଛିଟା ବଞ୍ଚିକି ରହିଛି । ସବୁ ପ୍ରସଙ୍ଗରେ ସୁର ବାବୁଙ୍କ ବାଣ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇ ରହିଆସିଛନ୍ତି । ଶାସକ ଦଳ ବିରୋଧରେ ଅନେକ ପ୍ରସଙ୍ଗ ଥିଲେ ମଧ୍ୟ ସିଏ କୋଭିଡ ହସ୍ପିଟାଲ୍ ନାଁ ରେ କୋଟିକୋଟି ଟଙ୍କାର ଦୁର୍ନୀତି ଠୁ ଆରମ୍ଭ କରି ପିଡିଏସ ଦୁର୍ନୀତି ଭଳି ଅନେକ ପ୍ରସଙ୍ଗ ଥିଲେ ମଧ୍ୟ ନା କଂଗ୍ରେସ ନା ବିଜେପି ସମସ୍ତେ ନିଦାବିଷ୍ଣୁ । ଏଇଥି ପାଇଁ ଦଳ ଓଡିଶାରେ ନିମ୍ନଗାମୀ ହେବାରେ ଲାଗିଛି । କେତେବେଳେ ଯଦିଓ କଂଗ୍ରେସ ପ୍ରେସମିଟ୍ କରୁଛି ତେବେ ରାଜ୍ୟ କଥାଛାଡି କେନ୍ଦ୍ର ଉପରେ ବର୍ଷୁଛି । ତେବେ ଏମିତିରେ ଓଡିଶାରେ କ୍ଷମତା ହାସଲ କରିବାକୁ ହେଲେ ବିରୋଧି ଦଳ ଭାବରେ ସରକାରଙ୍କୁ ଘେରିବା କଥା ଏଠି କିନ୍ତୁ ଅଲଗା ରାଜନୀତି ଚାଲିଛି । ସେ ପ୍ରଶଂସା ହେଉ ସମାଲୋଚନା ଉଭୟ ସରକାରଙ୍କୁ ଖୋଲାଖୋଲି ନିଜର ମତରଖି କଂଗ୍ରେସ ଦଳର ଅସ୍ତିତ୍ବ କେବଳ ରଖିବାରେ ସକ୍ଷମ ହୋଇଛି । ଯଦି ଏମିତି ଚାଲେ ତାହେଲେ ଦଳରେ କେବଳ ନେତା ଥିବେ କେହି କର୍ମୀ ରହିବେ ନାହିଁ ବୋଲି ରାଜନୈତିକ ସମୀକ୍ଷକ ମତ ପ୍ରକାଶ କରନ୍ତି ।