TOP NEWS

6/recent/ticker-posts

ନାରୀ ନିର୍ଯାତନା ବନାମ ମିଥ୍ୟା ମୋକଦ୍ଦମା




ସାଧାରଣତଃ ପରିବାର ମଧ୍ୟରେ ମନାନ୍ତର, ମତାନ୍ତର, ଦ୍ବନ୍ଦ ଜାତ ହେଲେ କୋର୍ଟରେ ନାରୀ ନିର୍ଯାତନା ମକଦ୍ଦମା ଦାଖଲ କରାଯାଇଥାଏ । ଅନେକ ସମୟରେ ପାରିବାରିକ ଘଟଣାକୁ କେନ୍ଦ୍ରକରି କନ୍ୟାପକ୍ଷ କିମ୍ବା ବରପକ୍ଷଙ୍କ ତରଫରୁ ମିଥ୍ୟା ମକଦ୍ଦମା ସୃଷ୍ଟି କରିଥାନ୍ତି । ମିଥ୍ୟା ମକଦ୍ଦମା କରିବାଦ୍ୱାରା ପକ୍ଷଙ୍କର ସମାଜରେ ମର୍ଯ୍ୟାଦାହାନି ହୋଇଥାଏ । ମାନସିକ ଚିନ୍ତା ବଢିଥାଏ । ପକ୍ଷ ଆର୍ଥିକ ସଂକଟରେ ପଡ଼ିଥାନ୍ତି । ମିଥ୍ୟା ମକଦ୍ଦମା କରୁଥିବା ବ୍ୟକ୍ତିମାନଙ୍କୁ ଭାରତୀୟ ଦଣ୍ଡବିଧାନ ଆଇରେ ୨୧୧ ଧାରାରେ ଦଣ୍ଡ ଦିଆଯିବାର ବ୍ୟବସ୍ଥା କରାଯାଇଛି । ମିଥ୍ୟା ମୋକଦ୍ଦମା ଆଗତ କରିଥିବା ବ୍ୟକ୍ତିଙ୍କୁ ଦୁଇବର୍ଷ ଜେଲ କିମ୍ବା ଜୋରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ ହେବାର ବ୍ୟବସ୍ଥା ରହିଛି । ଯଦି କୌଣସି ମିଥ୍ୟା ଅଭିଯୋଗର ଦଣ୍ଡ ମୃତ୍ୟୁ ଦଣ୍ଡ (ଆଜୀବନ କାରାଦଣ୍ଡ ) କିମ୍ବା ସାତବର୍ଷ କିମ୍ବା ତଦୂର୍ଦ୍ଧ୍ବ କାରାଦଣ୍ଡରେ ଦଣ୍ଡନୀୟ ହୋଇଥାଏ ତେବେ ମିଥ୍ୟା ଅଭିଯୋଗକାରୀ ବ୍ୟକ୍ତିଙ୍କୁ ସାତବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ଜୋରିମାନା ଦେବାର ବ୍ୟବସ୍ଥା ରହିଛି । ସେହିପରି ମିଥ୍ୟା ସାକ୍ଷ୍ୟଦେଲେ ମଧ୍ୟ ଜେଲ ଏବଂ ଜୋରିମାନାର ବ୍ୟବସ୍ଥା ରହିଛି ।